ଚନ୍ଦ୍ରକକ୍ଷରେ ପହଁଚିଲା ଚନ୍ଦ୍ରଯାନ-୨, ସେପ୍ଟେମ୍ବର ୭ ରେ ଜହ୍ନରାଇଜରେ ଅବତରଣ କରିବା ସମ୍ଭାବନା

ନୂଆଦିଲ୍ଲୀ: ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨ | କକ୍ଷ ପଥରେ ପ୍ରବେଶ କରି ଚନ୍ଦ୍ରର ଚାରିପଟେ ପରିକ୍ରମା ଆରମ୍ଭ କରିଛି | ଅଗଷ୍ଟ ୩୧ ମଧ୍ୟରେ ଚନ୍ଦ୍ରଯାନ ୪ ଥର ଚନ୍ଦ୍ରର କକ୍ଷପଥ ପରିକ୍ରମା କରିବ | ସେପ୍ଟେମ୍ବର ୭ରେ ଚନ୍ଦ୍ରରେ ଚନ୍ଦ୍ରଯାନ-୨ ଅବତରଣ କରିବାର ସମ୍ଭାବନା ରହିଛି | ଚନ୍ଦ୍ରଯାନ-୨ର ଲିକ୍ୱିଡ ଇଂଜିନ ଏହି ମହାକାଶ ଯାନକୁ ଚନ୍ଦ୍ରର କକ୍ଷରେ ପ୍ରବେଶ କରାଇଛି । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଚନ୍ଦ୍ର ଚାରିପଟେ ଆହୁରି ୪ଥର( ଅରବିଟ ମାନ୍ୟୁବର) ରେ ଘୂରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।

ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ । ଗତ ଅଗଷ୍ଟ ୧୪ ରାତି ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ପୃଥିବୀର କକ୍ଷପଥରୁ ବାହାରୁ ଚନ୍ଦ୍ର ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହାକୁ ଏହାକୁ ‘ଟ୍ରାନ୍ସ ଲୁନାର ଇଂଜେକ୍ସନ’ ବୋଲି କୁହାଯାଏ । ଇସ୍ରୋର ଯୋଜନା ମୁତାବକ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସଫଳତାର ସହ ସଂପନ୍ନ ହୋଇଥିଲା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା ।

ସମ୍ବନ୍ଧିତ ଖବର