ହଟିଲେ ଜମ୍ମୁ-କଶ୍ମୀର ଡିଜିପି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଡିଜିପି ଏସ୍‌ପି ବୈଦ୍ୟଙ୍କ ବଦଳି ହୋଇଛି। ଏବେ ସେ ପରିବହନ ବିଭାଗରେ ଟ୍ରାନ୍‌ପୋର୍ଟ କମିସନର ଦାୟିତ୍ୱରେ ରହିବେ। ଏସ୍‌୍‌ପି ବୈଦ୍ୟଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଦିଲ୍‌୍‌ବାଗ ସିଂହ ଜମ୍ମୁ କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଦିଲ୍‌ବାଗ ଜେଲ୍‌ ବିଭାଗ ଡିଜି ଦାୟିତ୍ୱରେ ଥିଲେ। ନିକଟରେ ଜମ୍ମୁ କଶ୍ମୀରରେ ପୁଲିସ କର୍ମୀଙ୍କୁ ଅପହରଣ ଓ ହତ୍ୟା ମାମଲା ବଢ଼ିଛି। ନିକଟରେ ପୁଲିସ କର୍ମୀଙ୍କ ପରିବାର ସଦସ୍ୟଙ୍କ ଅପହରଣ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ସୁରକ୍ଷା ବାହିନୀର ପ୍ରବଳ ଚାପ ଆଗରେ ଆତଙ୍କବାଦୀ ମୁଣ୍ଡ ନୁଆଁଇ ଅପହୃତ ସମସ୍ତ ସଦସ୍ୟଙ୍କୁ ମୁକ୍ତ କରିଥିଲେ। ପୁଲିସ କର୍ମୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଦୁର୍ବଳତା ପାଇଁ ବୈଦ୍ୟଙ୍କ ଉପରେ ରାଜ୍ୟପାଳ କ୍ଷୁବ୍ଧ ଥିବା କୁହାଯାଉଛି। ତେବେ ବୈଦ୍ୟ ଏହାକୁ ଖଣ୍ଡନ କରି ତାଙ୍କ ବଦଳି ସ୍ୱାଭାବିକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର