ଦହି ଉପରେ ୨ଟଙ୍କା ଜିଏସ୍‌ଟି ଲଗାଇ ଲୋକଙ୍କୁ ଠକୁ ଥିବାରୁ ୧୫,୦୦୦ଟଙ୍କାର ଜରିମାନା ଗଣିଲା ତାମିଲନାଡୁର ଏକ ରେସ୍ତୋରାଁ

ଚେନ୍ନାଇ : ମୋଦୀ ସରକାର ବିଭିନ୍ନ ପ୍ରକାରର ଜିନିଷ  ଉପରେ ଜିଏସ୍‌ଟି ଲାଗୁ କରିବା ପରେ ହୋଟେଲ ଏବଂ ରେସ୍ତୋରାଁରେ ଏହାର ଦୂରୁପଯୋଗ କରାଯାଉଥିବା ଦେଖାଯାଇଛି । ସେଭଳି ଏକ ଘଟଣା ତାମିଲନାଡୁର ତିରୁନେଲଭେଲିରେ ଘଟିଥିବା ଦେଖିବାକୁ ମିଳିଛି । ଦହିରେ ୨ଟଙ୍କା ଜିଏସ୍‌ଟି ଲଗାଇ ବିକୁଥିବାରୁ ଜରିମାନା ଆକାରରେ ଏକ ହୋଟେଲକୁ ୧୫,୦୦୦ଟଙ୍କା ଦେବାକୁ ପଡ଼ିଛି ।

ଏଭଳି ଅନେକ ଜିନିଷ ରହିଛି, ଯାହା ଉପରେ ସରକାର ଜିଏସ୍‌ଟି ଛାଡ଼ କରିଛନ୍ତି । କିନ୍ତୁ କିଛି ହୋଟେଲ ଏବଂ ରେସ୍ତୋରାଁରେ ଗ୍ରାହକମାମନଙ୍କୁ ଠକି କର ଆଦାୟ କରାଯାଉଛି। ଜିଏସ୍‌ଟି ଲାଗୁ ହୋଇନଥିବା ଜିନିଷରୁ କର ନେଇ ହୋଟେଲ ଏବଂ ରେସ୍ତୋରାଁର ମାଲିକ ଲାଭବାନ ହେଉଛନ୍ତି । ତିରୁନେଲଭେଲିରେ ଥିବା ଏକ ହୋଟେଲ ଏଭଳି କାମ କରୁଥିବାରୁ ଜିଲ୍ଲା ଉପଭୋକ୍ତର ଫୋରମ ହୋଟେଲ ଉପରେ ୧୫,୦୦୦ଟଙ୍କାର ଜରିମାନା ଲଗାଇଛନ୍ତି ।

Image result for charging-rs-2-gst-on-curd

ସୂଚନା ମୁତାବକ, ଜଣେ ଯୁବକ ହୋଟେଲରୁ ୪୦ଟଙ୍କାର ଦହି କିଣିଥିବା ବେଳେ ତାଙ୍କୁ ୨ଟଙ୍କା ଜିଏସ୍‌ଟି ଆକାରରେ ଏବଂ ୨ଟଙ୍କା ପ୍ୟାକେଜିଂ ପାଇଁ ମଗା ଯାଇଥିଲା । କିନ୍ତୁ ଦହିରେ ଜିଏସ୍‌ଟି ଲାଗୁ ହେଉ ନାହିଁ ବୋଲି କହି ଆପତ୍ତି କରିଥିଲେ ଯୁବକ । ରେସ୍ତୋରାଁ କର୍ମଚାରୀ ତାଙ୍କ ଯୁକ୍ତି ନ ଶୁଣିବାରୁ ସେ ଏ ନେଇ ଜିଏସ୍‌ଟି ଅଫିସରଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ଲାଭ ମିଳି ନଥିଲା । ଯାହା ପରେ ସେ ଜିଲ୍ଲା ଉପଭୋକ୍ତା ଫୋରମରେ ଅଭିଯୋଗ କରିବା ପରେ ତାଙ୍କୁ ନ୍ୟାୟ ମିଳିବା ସହ ରେସ୍ତୋରାଁକୁ ୧୫,୦୦୦ଟଙ୍କାର ଜରିମାନା ଦେବାକୁ ପଡ଼ିଛି ।

ସମ୍ବନ୍ଧିତ ଖବର