ଚିଦମ୍ବରମ ଓ ପରିବାର ବିରୋଧରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ପତ୍ନୀ ନଳିନୀ, ପୁଅ କାର୍ତ୍ତି ଏବଂ ବୋହୁ ଶ୍ରିନିଧୀଙ୍କ ବିରୋଧରେ ଆଜି ଆୟକର ବିଭାଗ ୪ଟି ଚାର୍ଜସିଟ୍‌ ଦାଖଲ କରିଛି। ବିଦେଶରେ ଥିବା ସମ୍ପତ୍ତିର ହିସାବ ସେମାନେ ଦେଇନଥିବାରୁ ଚିଦମ୍ବରମଙ୍କ ସହ ପରିବାର ସଦସ୍ୟଙ୍କ ବିରୋଧରେ ଆଜି ଆୟକର ବିଭାଗ ଚେନ୍ନାଇର ଏକ ସ୍ୱତନ୍ତ୍ର କୋର୍ଟରେ ଟିକସ ଆଇନ ୨୦୧୫ ଏବଂ ବିଦେଶରେ ହିସାବ ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ କଳାଧନ ଆଇନର ଧାରା ୫୦ ଅଧୀନରେ ଚାର୍ଜସିଟ୍‌ ଦାଖଲ କରଛନ୍ତି। ନଳିନୀ ଚିଦମ୍ବରମ ଓ କାର୍ତ୍ତିଙ୍କ ବ୍ରିଟେନ ଓ ଆମେରିକାରେ ଥିବା ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତିର ହିସାବ ମିଳିନାହିଁ। ଚାର୍ଜସିଟ୍‌ରେ କୁହାଯାଇଛି ଯେ ଚିଦମ୍ବରମ ପରିବାର ସେମାନଙ୍କ ବିନିଯୋଗ ସମ୍ପର୍କରେ ଟିକସ କର୍ତ୍ତୃପକ୍ଷମାନଙ୍କୁ କିଛି ଅବଗତ କରାଇନଥିଲେ। କାର୍ତ୍ତିଙ୍କ ଚେସ୍‌ ଗ୍ଲୋବାଲ୍‌ ଆଡଭାଇଜୋରି ମଧ୍ୟ କଳାଧନ ଆଇନର ଉଲ୍ଲଂଘନ କରିଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର