ମୁମ୍ବାଇ ଘାଟକୋପର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଆଜି (ଗୁରୁବାର) ଅପରହ୍ଣ ୧ଟା ୩୦ ମିନିଟ ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସଂପର୍କରେ ସବିଶେଷ ତଥ୍ୟ ମିଳି ନ ଥିଲେ ସୁଦ୍ଧା ବିମାନଟି ମୁମ୍ବାଇର ଜୁହୁ ବିମାନ ବନ୍ଦର ଅଭିମୁଖେ ଆକାଶମାର୍ଗରେ ଯାଉଥିବାବେଳେ ଏକ ନିର୍ମାଣଧୀନ ଅଟ୍ଟାଳିକା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ତଳକୁ ଖସି ପଡ଼ିବା ପରେ ବିମାନଟିରେ ନିଆଁ ଲାଗି ଯାଇଥିଲା।

ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଜୁହୁ ଅଗ୍ନିଶମ ସେବାସଂସ୍ଥା କର୍ମଚାରୀମାନେ ନିଆଁଲିଭା ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାଗ୍ରସ୍ତ ଘରୋଇ ବିମାନଟଟି ଉତ୍ତରପ୍ରଦେଶ ସରକାରଙ୍କର ବୋଲି ଜଣାପଡ଼ିଛି। ତେବେ, ଦୁର୍ଘଟଣାଗ୍ରସ୍ତ ଘରୋଇ ବିମାନଟଟିରେ କେତେ ଯାତ୍ରୀ ଥିଲେ ଓ ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା କେତେ ସେ ସଂପର୍କରେ କୌଣସି ସବିଶେଷ ତଥ୍ୟ ମିଳିପାରି ନାହିଁ।

ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର