କେରଳ ବନ୍ୟା ସହାୟତା ଲାଗି ଦାନ ଆକାରରେ ମିଳିଥିବା ୩.୨୬କୋଟିର ଚେକ୍‌ ବାଉନ୍ସ ହେଲା

ଥିରୁବନନ୍ତପୁରମ୍‌ : ଗତ ବର୍ଷ କେରଳରେ ଆସିଥିବା ବନ୍ୟା ରାଜ୍ୟର ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା । ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ବନ୍ୟାରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ କେରଳକୁ ପୁଣି ଥରେ ପୂର୍ବ ଭଳି କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟର ସରକାର ସହାୟତା ରାଶି ଯୋଗାଇ ଦେଇଥିଲେ । କେବଳ ରାଜନେତା ନୁହଁନ୍ତି, ଦେଶର ଜନତା ଏବଂ ବିଭିନ୍ନ ଅଭିନେତାମାନେ ମଧ୍ୟ ସହାୟତା ରାଶି ଯୋଗାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଜମା କରାଯାଇଥିବା ରାଶି ମଧ୍ୟରେ ୩.୨୬କୋଟି ଟଙ୍କାର ଚେକ୍‌ ବାଉନ୍ସ ହୋଇଛି ।

oneindia.com

ମଙ୍ଗଳବାର ବିଧାନସଭାରେ କାସରଗୋଡ଼ର ବିଧାୟକ ଏନ୍‌ଏ ନେଲିକ୍କୁନ୍ନୁଙ୍କ ଏକ ପ୍ରଶ୍ନର ଉତ୍ତର ଏହି କଥାଟି ସାମ୍ନାକୁ ଆସିଛି । ନଭେମ୍ବର ୩୦,୨୦୧୮ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨,୭୯୭.୬୭କୋଟି ଟଙ୍କା ଆସିଥିଲା । ସେଥି ମଧ୍ୟରୁ ୨୬୦.୪୫କୋଟି ଟଙ୍କା ଅନ୍‌ଲାଇନ୍‌ ଟ୍ରାନ୍ସଫର କରାଯାଇଥିବା ବେଳେ ୨,୫୩୭.୨୨କୋଟି ଟଙ୍କା ଚେକ୍‌, ଡିମାଣ୍ଡ ଡ୍ରାଫ୍ଟ ଏବଂ କ୍ୟାସ୍‌ ଆକାରରେ ଆସିଥିଲା । ଏ ସବୁ ମଧ୍ୟରୁ ୭.୪୬କୋଟି ଟଙ୍କା କେବଳ ଚେକ୍‌ ଥିଲା । କିନ୍ତୁ ଏବେ ୩.୨୬କୋଟି ଟଙ୍କାର ଚେକ୍‌ ଡ୍ରାପ୍ଟ ବାଉନ୍ସ ହେବା ପରେ କିଛି ଲୋକ ପବ୍ଲିସିଟି ପାଇଁ ସହାୟତା କରିଥିଲେ ବୋଲି କହିଛନ୍ତି ବିଧାୟକ ଏନ୍‌ଏ ନେଲିକ୍କୁନ୍ନୁ । ଅନ୍ୟ ପକ୍ଷରେ, ବାଉନ୍ସ ହୋଇଥିବା ଚେକ୍‌ ମଧ୍ୟରେ ୩୯୫ଟି ଚେକ୍‌ ରହିଛି ବୋଲି କହିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନ ।

ସମ୍ବନ୍ଧିତ ଖବର