ମୋବାଇଲ୍‌ ଫୁଟି ଛତିଶଗଡ଼ୀ ବାଳକର ମୃତ୍ୟୁ

ରାୟପୁର: ହାତରେ ଧରିଥିବା ମୋବାଇଲ୍‌ ଫୋନ୍‌ଟିଏ ଫୁଟିବାରୁ ମଙ୍ଗଳବାର ରାତିରେ ଛତିଶଗଡ଼ର କୋରିୟା ଜିଲ୍ଲାରେ ଜଣେ ୧୨ ବର୍ଷିୟ ବାଳକର ମୃତ୍ୟୁ ଘଟିଛି। ସୋମବାର ରାତିରେ ଖୁତ୍ରାପଡ଼ା ଗ୍ରାମର ରବି ସନ୍‌ଓ୍ଵାନ୍‌ ନାମକ ବାଳକଟି ଚାର୍ଜରେ ବସିଥିବା ମୋବାଇଲ୍‌ ଫୋନ୍‌ରେ ଗେମ୍‌ ଖେଳୁଥିଲା ବୋଲି ତାଙ୍କ ଘର ଲୋକେ କହିଛନ୍ତି।

ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ଥିଲା ଯେ ବାଳକଟିର ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। ଅନ୍ତଃବୁଜୁଳା ପେଟ ଭିତରେ ଧରି ରଖିବାକୁ ସେମାନେ ରବି ଦେହରେ ମୋଟା କପଡ଼ା ଖଣ୍ଡେ ଗୁଡ଼ାଇ ଦେଇଥିଲେ। ରବି ପାଖରେ ବସି ଖେଳ ଦେଖୁଥିବା ତା’ର ଜଣେ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି।ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେଠାରୁ ସେମାନେ ଅମ୍ବିକାପୁର ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହେବାରୁ ବିଳମ୍ବିତ ରାତ୍ରୀରେ ରବିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା।

ସେଠାରୁ ମଙ୍ଗଳବାର ସକାଳେ ତାକୁ ଅମ୍ବିକାପୁର ମେଡିକାଲ୍‌ କଲେଜକୁ ନିଅଯାଇଥିଲା। ସେଠାକାର ଡାକ୍ତରମାନେ ତା’ ଶରୀରରେ କେତେଗୁଡ଼ିଏ ଅସ୍ତ୍ରୋପଚାର କରିବାର କେତେ ଘଣ୍ଟା ପରେ ତା’ର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର