ସୁକମାରେ ଏଲଜିଏସ୍‌ କମାଣ୍ଡର ସମେତ ୧୫ ନକ୍ସଲ କଲେ ଆତ୍ମସମର୍ପଣ

ରାୟପୁର: ନକ୍ସଲଙ୍କ ବିରୋଧରେ କ୍ରମାଗତ ଭାବେ ଚାଲିଥିବା ଅପରେସନ ଓ ନକ୍ସଲଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂନଃର୍ବାସ ନୀତିର ପ୍ରଭାବ ପଡୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ଶନିବାର ଦେଖିବାକୁ ମିଳିଛି। ସୁକମାରେ ଆଜି ୧୫ ଜଣ ନକ୍ସଲ ଏକକାଳୀନ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲମାନେ ସୁକମା ଏସ୍‌ପିଙ୍କ ନିକଟରେ ଅପରାହ୍ନରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଏଲଜିଏସ କମାଣ୍ଡର ମଧ୍ୟ ସାମିଲ ଅଛନ୍ତି। ସମସ୍ତ ନକ୍ସଲ ଅଞ୍ଚଳରେ ଯବାନଙ୍କ ପ୍ରଭାବ ଓ ପ୍ରଶାସନର ପୁନଃର୍ବାସ ନୀତିରେ ପ୍ରଭାବିତ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି।

ସୂଚନାଯୋଗ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅପରେସନ ପ୍ରହାର-୩ ବଳରେ ନକ୍ସଲମାନଙ୍କୁ ମୂଳ ସ୍ରୋତରେ ସାମିଲ କରିବାକୁ ଯୋଜନା ଚାଲିଛି। ସୁରକ୍ଷା ବଳଙ୍କ ତାଲିକାରେ ପିଏଲଜିଏ-୧ର ସବୁଠାରୁ ବଡ଼ କମାଣ୍ଡର ହିଡମା ମଧ୍ୟ ସାମିଲ ଥିଲା। ହିଡମାଙ୍କ ସଂପର୍କରେ ସୁରକ୍ଷା ବଳକୁ ନିକଟରେ ସୂଚନା ମିଳିଥିଲା। ସେ ଜଙ୍ଗଲ ଭିତରେ ଲୁଚି ଜଙ୍ଗଲରେ ଲୁଚିରହି ସୁରକ୍ଷା ବଳକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା।

ସୂଚନା ଅନୁସାରେ ଏହି ତାଲିକାରେ କେବଳ ହିଡମା ନାହିଁ, ବରଂ ଅନ୍ୟ ନକ୍ସଲ ନେତାମାନେ ମଧ୍ୟ ସାମିଲ ଥିଲେ। ମୁପ୍ପଲା ଲକମନା ରାଓକୁ ସୁରକ୍ଷା ବଳ ତାଲିକାର ସର୍ବାଗ୍ରେ ସ୍ଥାନ ଦେଇଥିଲା। ନକ୍ସଲକମାଣ୍ଡର ଆଜିକାଲି ଛତିଶଗଡ଼ର ମାଡ ଅଞ୍ଚଳରେ ଗତିବିଧି ଚଳାଉଥିବା ଗଣମାଧ୍ୟମକୁ ସୂଚନା ମିଳିଛି। ନକ୍ସଲମାନେ ଆତ୍ମସମର୍ପଣ ନ କଲେ ଅପରେସନ ‘ପ୍ରହାର’ ମାଧ୍ୟମରେ ନିହତ କରାଯିବ।

ସମ୍ବନ୍ଧିତ ଖବର