ଚୀନ୍‌ ପାଇଁ କାଳ ସାଜିଛି ଜାଲିଆତି

ଗବେଷଣା ସନ୍ଦର୍ଭକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟାଖ୍ୟାନ

ବେଜିଂ:  ବିଶ୍ୱ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିବା ଚୀନ୍‌ ଏବେ ସବୁ କ୍ଷେତ୍ରରେ ଆମେରିକାର ପ୍ରାଧାନ୍ୟକୁ ଚ୍ୟାଲେଂଜ  କରିବା ପାଇଁ ପ୍ରୟାସ କରୁଛି। ତେବେ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଚୀନ୍‌ ଆମେରିକାଠାରୁ ଯଥେଷ୍ଟ ପଛରେ ପଡ଼ିଛି। ଏ କ୍ଷେତ୍ରରେ ଏକ ମହାଶକ୍ତି ଭାବେ ନିଜକୁ ସାବ୍ୟସ୍ତ କରିବା ପାଇଁ ଚୀନ୍‌ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଏହାର ଯୋଜନା ସଫଳ ହେଉନାହିଁ।  ବିଗତ ୫ ବର୍ଷ ମଧ୍ୟରେ ଚୀନ୍‌  ବୈଷୟିିକ ଗବେଷଣା କ୍ଷେତ୍ରରେ ୟୁରୋପୀୟ ସଂଘଠାରୁ ମଧ୍ୟ ଅଧିକ ଅର୍ଥ ଖର୍ଚ୍ଚ କରିଛି। ଆମେରିକାଠାରୁ ମଧ୍ୟ ଅଧିକ ଗବେଷଣା କେନ୍ଦ୍ର ଚୀନ୍‌ରେ ରହିଛି ।  ଆମେରିକା ପରେ ବିଶ୍ୱର ସବୁଠାରୁ ଅଧିକ ବୈଜ୍ଞାନିକ ସାମଗ୍ରୀ ଚୀନ୍‌ ନିର୍ମାଣ କରିବାରେ ସକ୍ଷମ ହେଉଛି । କିନ୍ତୁ ଏ କ୍ଷେତ୍ରରେ ବିଶ୍ୱ ଶକ୍ତି ହେବାକୁ ଚୀନ୍‌ର ଯୋଜନାକୁ ପଣ୍ଡ କରିଦେଉଛି ଏହାର ଜାଲିଆତି ଏବଂ ନିମ୍ନାମାନର ସାମଗ୍ରୀ । ବୈଷୟିିକ ଗବେଷଣା କ୍ଷେତ୍ରରେ ମଧ୍ୟ ଏକ କଳାବଜାର ଚୀନ୍‌ରେ ସକ୍ରିୟ ରହିଛି ଏବଂ ଜାଲ୍‌ ଗବେଷଣା ସନ୍ଦର୍ଭ ଯୋଗୁଁ ଚୀନ୍‌ର ଅଡ଼ୁଆ ବଢ଼ୁଛି। ବେଜିଂ:  ବିଶ୍ୱ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିବା ଚୀନ୍‌ ଏବେ ସବୁ କ୍ଷେତ୍ରରେ ଆମେରିକାର ପ୍ରାଧାନ୍ୟକୁ ଚ୍ୟାଲେଂଜ  କରିବା ପାଇଁ ପ୍ରୟାସ କରୁଛି। ତେବେ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଚୀନ୍‌ ଆମେରିକାଠାରୁ ଯଥେଷ୍ଟ ପଛରେ ପଡ଼ିଛି। ଏ କ୍ଷେତ୍ରରେ ଏକ ମହାଶକ୍ତି ଭାବେ ନିଜକୁ ସାବ୍ୟସ୍ତ କରିବା ପାଇଁ ଚୀନ୍‌ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଏହାର ଯୋଜନା ସଫଳ ହେଉନାହିଁ।  ବିଗତ ୫ ବର୍ଷ ମଧ୍ୟରେ ଚୀନ୍‌  ବୈଷୟିିକ ଗବେଷଣା କ୍ଷେତ୍ରରେ ୟୁରୋପୀୟ ସଂଘଠାରୁ ମଧ୍ୟ ଅଧିକ ଅର୍ଥ ଖର୍ଚ୍ଚ କରିଛି। ଆମେରିକାଠାରୁ ମଧ୍ୟ ଅଧିକ ଗବେଷଣା କେନ୍ଦ୍ର ଚୀନ୍‌ରେ ରହିଛି ।  ଆମେରିକା ପରେ ବିଶ୍ୱର ସବୁଠାରୁ ଅଧିକ ବୈଜ୍ଞାନିକ ସାମଗ୍ରୀ ଚୀନ୍‌ ନିର୍ମାଣ କରିବାରେ ସକ୍ଷମ ହେଉଛି । କିନ୍ତୁ ଏ କ୍ଷେତ୍ରରେ ବିଶ୍ୱ ଶକ୍ତି ହେବାକୁ ଚୀନ୍‌ର ଯୋଜନାକୁ ପଣ୍ଡ କରିଦେଉଛି ଏହାର ଜାଲିଆତି ଏବଂ ନିମ୍ନାମାନର ସାମଗ୍ରୀ । ବୈଷୟିିକ ଗବେଷଣା କ୍ଷେତ୍ରରେ ମଧ୍ୟ ଏକ କଳାବଜାର ଚୀନ୍‌ରେ ସକ୍ରିୟ ରହିଛି ଏବଂ ଜାଲ୍‌ ଗବେଷଣା ସନ୍ଦର୍ଭ ଯୋଗୁଁ ଚୀନ୍‌ର ଅଡ଼ୁଆ ବଢ଼ୁଛି।

୨୦୧୨ରୁ ଚୀନରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଜାଲିଆତି ଓ ଦୁର୍ନୀତି ବ୍ୟାପକ ହେବାରେ ଲାଗିଛି।  ଦୁର୍ନୀତି ବିରୋଧରେ ଚୀନ୍‌ରେ କଠୋର ଆଇନ ରହୁଥିଲେ ମଧ୍ୟ ଏ କ୍ଷେତ୍ରରେ ହେଉଥିବା ଜାଲିଆତି ଓ ଦୁର୍ନୀତି ନେଇ ସରକାର କୋହଳ ନୀତି ଧରିଛନ୍ତି। ଜାଲିଆତି କରି ଧରାପଡ଼ୁଥିବା ବୈଜ୍ଞାନିକମାନେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ସନ୍ଦେହ ଘେରରେ ରହିଛି। ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଅନୁଷ୍ଠାନ ଚୀନ୍‌ର ଗବେଷଣାଲବ୍ଧ ରିସର୍ଚ୍ଚ ପେପର ଫେରାଇ ଦେଇଛନ୍ତି। ବିଗତ ୨ ବର୍ଷ ମଧ୍ୟରେ ଚୀନ୍‌ର  ଶତାଧିକ ଗବେଷଣା ପେପରକୁ  ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ ବିଜ୍ଞାନ ଜର୍ଣ୍ଣାଲଗୁଡ଼ିକରେ ଚୀନ୍‌ ବୈଜ୍ଞାନିକଙ୍କୁ ପ୍ରାଧାନ୍ୟ ଦିଆଯାଉନାହିଁ। ଅନ୍ୟର ସାମଗ୍ରୀ ନକଲ କରିବା ଏବଂ ନିମ୍ନମାନର ଯନ୍ତ୍ରପାତି ନିର୍ମାଣ କରି ବିଶ୍ୱବଜାରରେ ଛାଇ ଯିବାକୁ ଚୀନ୍‌ ଗବେଷକଙ୍କ ଯୋଜନା ଏବେ କାମ ଦେଉନାହିଁ। ନକଲି ଗବେଷଣା ଏବଂ ଆଦୌ ବିଶ୍ୱାସଯୋଗ୍ୟ ନଥିବା ସାମଗ୍ରୀ ଉତ୍ପାଦନ ଯୋଗୁଁ ବିଭିନ୍ନ ରାଷ୍ଟ୍ରରେ ଚୀନ୍‌ର ପତିଆରା ହ୍ରାସ ପାଇଛି।

ବିଜ୍ଞାନର ଗୁଣବତ୍ତା ବଜାୟ ରଖିବାରେ ବ୍ୟର୍ଥ ହୋଇଥିବା ଅନେକ ଚୀନ୍‌ ବୈଜ୍ଞାନିକ ନକଲି ସନ୍ଦର୍ଭ ମାଧ୍ୟମରେ ନିଜର ସଫଳତା ଜାହିର କରିବାକୁ ଚେଷ୍ଟା କରି ଧରାପଡ଼ିଛନ୍ତି। ଶତାଧିକ ନକଲି ଗବେଷଣା ସମ୍ପର୍କରେ ଜଣାପଡ଼ିବା ପରେ ଏହା ସରକାରଙ୍କ ପାଇଁ ଘୋର ଚିନ୍ତାର କାରଣ ହୋଇଛି। ବିଜ୍ଞାନ ଗବେଷଣା ପାଇଁ ବିଶ୍ୱରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବା ସତ୍ତ୍ୱେ ଏଭଳି ସ୍ଥିତି ଉତ୍ପନ୍ନ ହେଉଥିବାରୁ କେତେକ ବିଶ୍ୱବିଦ୍ୟାଳୟ ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି। ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ବିଜ୍ଞାନ ଗବେଷଣା କ୍ଷେତ୍ରରେ ଚାଲିଥିବା ଜାଲିଆତି ଓ କଳାବଜାର। ନକଲି ଗବେଷଣା ସଂକ୍ରାନ୍ତ ପେପର୍‌ଠାରୁ ଆରମ୍ଭ କରି ସବୁକିଛି କଳାବଜାରରେ ଉପଲବ୍ଧ ହେଉଛି ଏବଂ ଏହା ପଛରେ ଏକ ବିଶାଳ ର‍୍ୟାକେଟ୍‌ କାମ କରୁଛି।  ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୈଜ୍ଞାନିକମାନେ ଚୀନ୍‌ର ୧୦୭ଟି ରିସର୍ଚ୍ଚ ପେପର୍‌କୁ  ବର୍ଷକ ମଧ୍ୟରେ ପ୍ରତ୍ୟାଖ୍ୟାନ କରିଛନ୍ତି।  ସରକାରଙ୍କ ବିପୁଳ ଅନୁଦାନକୁ ହାତେଇବା ପାଇଁ ଅନେକ ସଂସ୍ଥା ଉପରଠାଉରିଆ କାମ କରି ନିଜକୁ ଅସାଧାରଣ ବୋଲି ପ୍ରତିପାଦନ କରିବାକୁ ଚେଷ୍ଟା କରିବାରୁ ଏଭଳି ସ୍ଥିତି ଉପୁଜିଛି। ଫଳରେ ଆମେରିକା ଓ ଜାପାନକୁ ପଛରେ ପକାଇ ବୈଜ୍ଞାନିକ ଗବେଷଣାରେ ସୁପର୍‌ ପାଓ୍ଵାର ହେବାକୁ ଚୀନ୍‌ର ଯୋଜନା ସାକାର ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର