ଜେଲ୍‌ରେ ଚେୟାର ଓ ତକିଆ ବିନା କଟୁଛି ଚିଦମ୍ବରମ୍‌ଙ୍କ ଜୀବନ

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ ସେପ୍ଟେମ୍ବର ୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦମ୍ବରମ୍‌କୁ ୧୪ଦିନ ପର୍ଯ୍ୟନ୍ତ ତିହାର ଜେଲ୍‌କୁ ପଠାଇଥିଲେ । କିନ୍ତୁ ପରେ ଯାଞ୍ଚ ଏଜେନ୍ସିର କହିବା ଅନୁଯାୟୀ ଏହାର ଅବଧି ଅକ୍ଟୋବର ୩ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଏବେ ତାଙ୍କୁ ତିହାର ଜେଲ୍‌ରେ ରଖାଯାଇଥିବା ବେଳେ ସେଠାରେ ତାଙ୍କୁ ହେଉଥବା ଅସୁବିଧାକୁ ନେଇ ଅଭିଯୋଗ କରିଛନ୍ତି ଚିଦମ୍ବରମ୍‌ଙ୍କ ଓକିଲ ।

Related image
Odishatv

ଗୁରୁବାର ଏହି ମାମଲା ଉପରେ ଶୁଣାଣି କରାଯାଉଥିବା ବେଳେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘବି କହିଥିଲେ, ଚିଦମ୍ବରମ୍‌ ଜେଲ୍‌କୁ ଯିବା ସମୟରେ ସେ ରହୁଥିବା କୋଠରୀରେ ଏକ ଚେୟାର ଥିଲା । ଯାହାକୁ ପରେ ହଟାଇ ଦିଆଯାଇଥିଲା । ଏମିତି କି ତାଙ୍କୁ ଶୋଇବା ପାଇଁ ଖଟ ମିଳିଥିଲେ ମଧ୍ୟ ତକିଆ ଦିଆଯାଉ ନାହିଁ । ତାଙ୍କୁ ତକିଆ ଓ ଚେୟାର ଦେବା ପାଇଁ ମନା କରି ଦିଆଯାଇଛି । ଏହା ପରେ ଚିଦମ୍ବରମ୍‌ଙ୍କ ଆଉ ଜଣେ ଓକିଲ କପିଲ ଶିବଲ କହିଥିଲେ, ଯେହେତୁ ତାଙ୍କର ଅବଧି ବଢ଼ାଇ ଦିଆଯାଇଛି, ସେଥିପାଇଁ ତାଙ୍କର ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଠିକ୍‌ ଭାବରେ ଖାଇବା ଦିଆଯାଉ । ତାଙ୍କର ଅନେକ ପ୍ରକାରର ଶାରୀରିକ ସମସ୍ୟା ରହିଛି । ଯାହା ପାଇଁ ଠିକ୍‌ ଭାବରେ ଯାଞ୍ଚ ହେବା ଜରୁରୀ ।

ସମ୍ବନ୍ଧିତ ଖବର