ମୁଁ ଦୋଷୀ କିମ୍ବା ଅଭିଯୁକ୍ତ ନୁହେଁ: ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ : ଆଇଏନ୍‌ ଏକ୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଏବଂ ସିବିଆଇ ଜାଲରେ ଥିବା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ ଆଜି ମୁହଁ ଖୋଲିଛନ୍ତି। ‘‘ମୁଁ ଦୋଷୀ କିମ୍ବା ଅଭିଯୁକ୍ତ ନୁହେଁ ’’ ବୋଲି ସେ କହିଛନ୍ତି । ବରଂ ସେ ଆଇନର ଆଶ୍ରୟ ନେଇଛନ୍ତି ବୋଲି ଶ୍ରୀ ଚିଦାମ୍ବରମ୍‌ କହିଛନ୍ତି।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚିଦାମ୍ବରମ୍‌ କହିଛନ୍ତି ଯେ ସେ ଦୁର୍ନିତୀ ମାମଲାରେ ଦୋଷୀ ନୁହନ୍ତି। ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ଲୋଡ଼ିଛନ୍ତି ଏବଂ ଶୁକ୍ରବାର ଦିନ ପର୍ଯ୍ୟନ୍ତ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ବ୍ୟବସ୍ଥା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ଏବଂ ସର୍ବୋଚ୍ଚ ଅଦାଲତ ଉପରେ ମୋର ସଂମ୍ପୂର୍ଣ୍ଣ ଭରସା ରହିଛି’’ବୋଲି ସେ କହିଛନ୍ତି।

ବୁଧବାର ରାତିରେ ପି.ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ କରିବା ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ସିବିଆଇ ପଚରାଉଚରା ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିସହ ଚିଦାମ୍ବରମ୍‌ ସିବିଆଇ ମୁଖ୍ୟାଳୟ ପରିସରରେ ଥିବା ହାଜତରେ ରାତି ବିତାଇବେ ବୋଲି ସୂଚନା ମିଳିଛି।
ବର୍ତ୍ତମାନ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଛି। ସେପଟେସିବିଆଇ ମୁଖ୍ୟାଳୟ ଚାରିପଟେ ସୁରକ୍ଷା କଡ଼ାକଡି କରାଯାଇଛି।

ସମ୍ବନ୍ଧିତ ଖବର