ଆଉ ୧୪ ଦିନ ବଢିଲା ଚିଦମ୍ବରମଙ୍କ ହାଜତ ମିଆଦ, ଅକ୍ଟୋବର ୩ ପର୍ଯ୍ୟନ୍ତ ତିହାରରେ ରହିବେ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବଚନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ ଆଉ ୧୪ ଦିନ ପାଇଁ ବଢାଇଦେଇଛନ୍ତି । ଅକ୍ଟୋବର ୩ ପର୍ଯ୍ୟନ୍ତ ତିହାରରେ ରହିବେ । ସିବିଆଇ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ତାଙ୍କୁ ଅଧିକ ଜେରା ପାଇଁ ହାଜତ ମିଆଦ ବଢାଇବାକୁ ଯୁକ୍ତି ରଖିଥିଲେ । କିନ୍ତୁ ଚିଦମ୍ବରମଙ୍କ ତରଫରୁ କପିଲ ସିବଲ ଏହାକୁ ବିରୋଧ କରିଥିଲେ । ଚିଦମ୍ବରମଙ୍କ ସ୍ୱାସ୍ଥ୍ୟ ଠିକ ରହୁନଥିବାରୁ ତାଙ୍କୁ ଜାମିନ ଦେବାକୁ ସେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ମଧ୍ୟ ଡାକ୍ତରୀ ସହାୟତା ଯୋଗାଇବାକୁ ସିବିଆଇକୁ କହିଥିଲେ ।

ଗତ ୫ ତାରିଖରେ ସିବିଆଇ କୋର୍ଟ ଚିଦମ୍ବରମଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ । ଆଜି ତାଙ୍କର ହାଜତ ମିଆଦ ଶେଷ ହୋଇଥିଲା । ଗତ ଅଗଷ୍ଟ ୨୦ରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର