ସବୁ ହାଇକୋର୍ଟକୁ ପ୍ରଧାନ ବିଚାରପତିଙ୍କ ପରାମର୍ଶ:ତ୍ୱରିତ ବିଚାର ପ୍ରକ୍ରିୟା ପାଇଁ ଢାଞ୍ଚା ପ୍ରସ୍ତୁତ କର

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ସମସ୍ତ ହାଇକୋର୍ଟଙ୍କୁ ଚିଠି ଲେଖି ବିଚାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିମାସରେ ହାଇକୋର୍ଟ ଓ ନିମ୍ନ ଅଦାଲତ ଗୁଡ଼ିକରେ ଦାୟର ହୋଉଥିବା ଓ ବିଚାର ପ୍ରକ୍ରିୟା ଶେଷ ହେଉଥିବା ମାମଲା ଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ଜଷ୍ଟିସ୍‌ ମିଶ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ବାର୍‌ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ର ପ୍ରଧାନ ବିଚାରପତିଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଅପରପକ୍ଷେ, ନିମ୍ନ ଅଦାଲତ ଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ପଦବି ଗୁଡ଼ିକୁ ମଧ୍ୟ ଶୀଘ୍ର ପୂରଣ କରିବା ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କ ଚିଠିରେ ଉଲ୍ଳେଖ କରିଛନ୍ତି।

ସମ୍ବନ୍ଧିତ ଖବର