ମହାଭିଯୋଗ ପ୍ରସ୍ତାବ ଖାରଜ ପରେ ପ୍ରଧାନ ବିଚାରପତି ଏବଂ ସୁପ୍ରିମ୍‌ କୋର୍ଟ ବିଚାରପତିମାନଙ୍କ ୨୦ ମିନିଟିଆ ବୈଠକ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିବା ପରେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ସୁପ୍ରିମ୍‌ କୋର୍ଟର ବିଚାରପତିମାନେ ଆଜି ସକାଳେ ୨୦ ମିନିଟ ଧରି ବୈଠକ ବସାଇଥିଲେ।

ଯଦିବା ଭାରତର ପ୍ରଧାନ ବିଚାରପତି ଏବଂ ସୁପ୍ରିମ୍‌କୋର୍ଟ ବିଚାରପତିମାନଙ୍କର ସକାଳୁଆ ବୈଠକ ଗୋଟାଏ ନିୟମିତ ବ୍ୟାପାର, କିନ୍ତୁ ତାହା ଏତେ ସମୟ ଧରି ଚାଲେ ନାହିଁ। ସାଧାରଣତଃ ସକାଳୁଆ ବୈଠକ ମାତ୍ର ୫ ମିନିଟ୍‌ ଧରି ଚାଲିଥାଏ। କିନ୍ତୁ ଆଜି ୨୦ ମିନିଟ୍‌ ଧରି ବୈଠକ ଚାଲିବାରୁ ସାଧାରଣ ସମୟ ଠାରୁ ୧୫ ମିନିଟ୍‌ ବିଳମ୍ବରେ ଖଣ୍ଡପୀଠ ସବୁ ଆରମ୍ଭ ହୋଇଥିଲା।

ଆଜି ସକାଳେ ନାଇଡୁ ଭାରତର ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରିବାକୁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ତରଫରୁ ଆଗତ ମହାଭିଯୋଗ ପ୍ରସ୍ତାବରେ ମେରିଟ୍‌ ନ ଥିବା ଦର୍ଶାଇ ତାହାକୁ ଖାରଜ କରି ଦେଇଥିଲେ।

ଗତକାଲି ଶ୍ରୀ ନାଇଡୁ ହାଇଦ୍ରାବାଦରେ ଥିଲେ। କିନ୍ତୁ ମହାଭିଯୋଗ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବାକୁ ତାଙ୍କର ଗସ୍ତ କାଣ୍ଟଛାଣ୍ଟ କରି ଅପରାହ୍ଣରେ ଦିଲ୍ଲୀରେ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର