ମୁଖ୍ୟସଚିବଙ୍କୁ ମାର୍‌ପିଟ୍‌ ଘଟଣା:କେଜ୍ରିଓ୍ଵାଲ୍‌, ସିସୋଦିଆଙ୍କୁ ସମନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାର୍‌ପିଟ୍‌ ମାମଲାରେ ଆଜି ରାଜ୍ୟର ପଟିଆଲା ହାଉସ୍‌ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଆପ୍‌ର ଅନ୍ୟ ୧୧ ବିଧାୟକଙ୍କୁ ସମନ୍‌ ଜାରି କରିଛନ୍ତି। ଅକ୍ଟୋବର ୨୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏମାନେ ମୁଖ୍ୟ ସଚିବଙ୍କୁ ଠେଲାପେଲା କରିବା ସହିତ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର