ଯବାନଙ୍କୁ ସାଲ୍ୟୁଟ ମାରିଲେ ଏହି କୁନି ପିଲା, କାହିଁକି ଜାଣନ୍ତୁ

ମୁମ୍ବାଇ: ଦକ୍ଷିଣ ପଶ୍ଚିମ ରାଜ୍ୟ ଗୁଡ଼ିକରେ ଏବେ ବନ୍ୟା ସ୍ଥିତି ଭୟଙ୍କର ହୋଇଛି। ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏହାସହିତ ଲକ୍ଷ ଲକ୍ଷ ଲୋକ ମଧ୍ୟ ପାଣି ଘେରରେ ରହିଛନ୍ତି। ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ଏବେ ମହାରାଷ୍ଟ୍ରରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟପାଇଁ ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌, ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁତୟନ ହୋଇଛନ୍ତି।

ତେବେ କିଛି ଅଞ୍ଚଳରେ ସ୍ଥିତି ଏବେ ସୁଧୁରୁଥିବାବେଳେ ଜନଜୀବନ ସ୍ୱାଭାବିକ ହେବାରେ ଲାଗିଛି | ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଗର୍ବିତ କରାଇବ | କାରଣ ପିଲାଟିଏ ରାସ୍ତାରେ ଯାଉଥିବାବେଳେ ଯବାନମାନଙ୍କୁ ଦେଖି ନିଜକୁ ସମ୍ଭାଳିପାରିନଥିଲା | ମନେପଡିଥିଲା ଯବାନମାନେ କିଭଳି ବନ୍ୟା ପାଣିରେ ବିପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ |

ଯବାନଙ୍କ ପାଖକୁ ଆସି ସାଲ୍ୟୁଟ ମାରିବା ସହ ଆପଣ(ଯବାନ) ବହୁତ ଭଲ କାମ କରୁଛନ୍ତି ବୋଲି କହିଥିଲା | ଯବାନ ଜଣକ ବି ପିଲାଟି ସହ ହାତ ମିଳାଇବା ସହ ପିଲାଟିକୁ ଆଶୀର୍ବାଦ କରିଥିଲେ |

ସମ୍ବନ୍ଧିତ ଖବର