ନୂଆଦିଲ୍ଲୀ: ଭବିଷ୍ୟତ ପିଢ଼ିଙ୍କ ପାଇଁ ଦିନଟିଏ, ଶିଶୁ ଦିବସ | ସ୍କୁଲରେ ପଢ଼ୁଥିବା ପିଲାମାନେ ଗତକାଲି ଚକୋଲେଟ ସହ ଲଡୁ ଖାଇଥିବେ | ଚାଚା ନେହେରୁଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରି ଏହି ଦିବସ ପାଳନ ହେଉଥିବାବେଳେ ଦିଲ୍ଲୀରୁ ଆସିଛି ଏଭଳି କିଛି ଦୃଶ୍ୟ ଯାହାକି ସମସ୍ତଙ୍କୁ ଥରେ ଭାବିବାକୁ ବାଧ୍ୟ କରିବ | ସତରେ କଣ ଆମ ଦେଶର ଶିଶୁ ସୁରକ୍ଷିତ, ସେମାନଙ୍କ ଜୀବନର ମୂଲ୍ୟ କେତେ ? କାରଣ ଦିଲ୍ଲୀରେ ଏବେ ପ୍ରଦୂଷଣ ହାର ସଂକଟଜନକ ସ୍ଥିତିରେ ପହଁଚିଥିବାବେଳେ ସମସ୍ତେ ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି | କିନ୍ତୁ ଦିଲ୍ଲୀ ସଡ଼କରେ ଆଜି ଏମିତି କିଛି ଶିଶୁ ବିକାଳିଙ୍କୁ ଦେଖିବାକୁ ମିଳିଥିଲା ଯେଉଁମାନେ ବିନା ମାସ୍କରେ ଏ ଗାଡ଼ିରୁ ସେ ଗାଡି ବୁଲି ବୁଲି ବେଲୁନ ସହ ବିଭିନ୍ନ ଜିନିଷ ବିକ୍ରି କରୁଥିଲେ |
/sambad/media/post_attachments/wp-content/uploads/2019/11/EJVizGfUUAA_pfs-1024x576.jpg)
କାରର କାଚ ଭିତରେ ସୁରକ୍ଷିତ ଥିବା କିଛି ଲୋକ ବେଲୁନ କିଣୁଥିଲେ ତ କିଛି ପୁଣି କାରର କାଚ ବି ଖୋଲିନଥିଲେ | ମାସ୍କ ନ ଲଗାଇବା ଦ୍ୱାରା ଶିଶୁମାନେ ବି ବେଶ କଷ୍ଟ ଅନୁଭବ କରିଥିଲେ | ପିଲାମାନେ କହିଥିଲେ ବିନା ମାସ୍କରେ ବୁଲିବା ଦ୍ୱାରା ଆଖି ଭୀଷଣ ପୋଡିବା ସହ ଭଲରେ ନିଶ୍ୱାସ ମଧ୍ୟ ନେଇ ହେଉନାହିଁ | ଏଠାରେ ସୂଚନା ଥାଉ କି ଗୋଟିଏ ପଟେ ଥଣ୍ଡା ବଢୁଥିବା ବେଳେ ଅନ୍ୟ ପଟେ ଖରାପ ହୋଇ ଚାଲିଥିବା ବାୟୁର ମାନକୁ ନେଇ ଚିନ୍ତାରେ ପଡିଛନ୍ତି ଦିଲ୍ଲୀବାସୀ ।
/sambad/media/post_attachments/wp-content/uploads/2018/11/delhi-pollution-759.jpg)
ଏନସିଆର ଅଂଚଳରେ ବାୟୁର ଗୁଣବତ୍ତା ମାନକ ରହିଛି ୫୦୦, ଯାହାକି ସାଂଘାତିକ ଶ୍ରେଣୀରେ ଆସୁଛି । ସେହିପରି ଆନନ୍ଦ ବିହାର ଅଂଚଳରେ ବାୟୁର ଗୁଣବତ୍ତା ମାନକ ୫୬୪ ରେକର୍ଡ ହୋଇଛି । ଦିଲ୍ଲୀ ପରି ଏହା ନିକଟବର୍ତୀ ଅଞ୍ଚଳ ଗାଜିଆବାଦରେ ବି ବାୟୁର ଗୁଣବତ୍ତା ମାନକ ଅତି ସାଂଘାତିକ ରହିଛି । ଏଠାରେ ବାୟୁର ଗୁଣବତ୍ତା ମାନକ ୫୬୦, ଦିଲ୍ଲୀର ନେହରୁ ଷ୍ଟାଡିୟମ ଅଂଚଳରେ ୪୮୩ , ନୋଏଡାରେ ୫୮୮, ଆଇଟିଓ ଅଂଚଳରେ ବାୟୁ ପ୍ରଦୂଷଣ ମାନକ ରହିଛି ୪୭୪ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/EJVizGeU4AE5B1-1-1.jpg)