ଅରବିନ୍ଦ କେଜରିଓ୍ଵାଲଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଲା ଯୁବକ, ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ସବୁବେଳେ ଅଜବ ଘଟଣାକୁ ନେଇ ଚର୍ଚ୍ଚାରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲଙ୍କୁ ନେଇ ଆଜି ପୁଣି ଚର୍ଚ୍ଚା ଉଠିଛି । ଦିଲ୍ଲୀ ସଚିବାଳୟରେ ଆଜି ଅପରାହ୍ନରେ ଜଣେ ଯୁବକ ତାଙ୍କ ଆଖିଲେ ଲଙ୍କାଗୁଣ୍ଡ ପକାଇଦେଇଛି । ସଚିବାଳୟ ପରିସରରେ ଥିବା ତାଙ୍କ ଚାମ୍ବର ବାହାରେ ଏହି ଘଟଣା ଘଟିଛି । କେଜରିଓ୍ଵାଲ ନିଜ ଚାମ୍ବରରୁ ବାହାରି ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ବାହାରୁଥିବାବେଳେ ଏହି ଯୁବକ ତାଙ୍କ ମୁହଁକୁ ଏକ ଲଙ୍କାଗୁଣ୍ଡ ପ୍ୟାକେଟ ପକାଇ ଦେଇଥିଲା । ଦିଲ୍ଲୀ ପୁଲିସ ପକ୍ଷରୁ ସଂପୃକ୍ତ ଯୁବକକୁ ଗିରଫ କରାଯାଇଛି ।

ପୂର୍ବରୁ ମଧ୍ୟ କେଜରିଓ୍ଵାଲଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ହୋଇଛି । ଗତ ୨୦୧୪ ସାଧାରଣ ନିର୍ବାଚନ ସମୟରେ ତାଙ୍କୁ ଜଣେ ଯୁବକ ଚାପୁଡା ମାରିଥିଲା । ସେହିପରି ପଂଜାବ ଓ ଦିଲ୍ଲୀରେ ମଧ୍ୟ ସମାନ ପ୍ରକାରର ଚାପୁଡା ମାଡ କିମ୍ବା କାଳି ପକାଇବା ଆଦି କାଣ୍ଡ ପୂର୍ବରୁ ହୋଇସାରିଛି । ତେବେ ବିରୋଧୀ ଏହାକୁ ନାଟକ ବୋଲି କହୁଛନ୍ତି ।

ସମ୍ବନ୍ଧିତ ଖବର