ବିମାନ ମଧ୍ୟରେ ପ୍ରେମିକ ପ୍ରେମ ନିବେଦନ କରିବା ପରେ ଚାଲିଗଲା ଏୟାରହୋଷ୍ଟେସଙ୍କ ଚାକିରି,ଦେଖନ୍ତୁ ଭିଡିିଓ

ନୂଆଦିଲ୍ଲୀ : ବିମାନ ମଧ୍ୟରେ ପ୍ରେମିକର ପ୍ରେମ ନିବେଦନକୁ ଗ୍ରହଣ କରିବା ଏୟାର ହୋଷ୍ଟେସଙ୍କୁ ମହଙ୍ଗା ପଡ଼ିଛି । ଚୀନ୍‌ର ଏକ ବିମାନରେ ଜଣେ ଏୟାର ହୋଷ୍ଟେସଙ୍କୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ପ୍ରେମ ନିବେଦନ କରିବା ଏବଂ ପ୍ରେମ ନିବେଦନ ଗ୍ରହଣ କରିବା ପରେ ଏୟାର ହୋଷ୍ଟେସଙ୍କୁ ଚାକିରିରୁ ବାହାର କରି ଦିଆଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରେମ ନିବେଦନ ସମୟର ଭିଡ଼ିଓ ଏବେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଚୀନ୍‌ର ଇଷ୍ଟର୍ଣ୍ଣର୍ ଏୟାରଲାଇନ୍ସ ବିମାନରେ । ବିମାନ ଉଡ଼ାଣ ଭରିବାର ୩୦ମିନିଟ୍‌ ପରେ ଏୟାର ହୋଷ୍ଟେସଙ୍କୁ ପ୍ରେମିକ ଆଣ୍ଠୁମାଡ଼ି ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଯାହା ପରେ ଏୟାର ହୋଷ୍ଟେସ ନିବେଦନକୁ ଗ୍ରହଣ କରି ନିଜ ପ୍ରେମିକଙ୍କୁ ଆଲିଙ୍ଗନ କରିଥିଲେ । କିନ୍ତୁ ସେହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ ଏହାକୁ ପସନ୍ଦ କରିଥିବା ବେଳେ ଇଷ୍ଟର୍ଣ୍ଣର୍ ଏୟାରଲାଇନ ଏହା ପସନ୍ଦ ଆସି ନଥିଲା । ଏହା ଦ୍ୱାରା ଯାତ୍ରୀମାନଙ୍କ ସୁରକ୍ଷାକୁ ଅଣଦେଖା କରିଥିବା କହି ଏୟାର ହୋଷ୍ଟେସଙ୍କୁ ବରଖାସ୍ତ କରିଥିଲା ଇଷ୍ଟର୍ଣ୍ଣର୍ ଏୟାରଲାଇନ । କିଛି ଲୋକ ଏୟାରଲାଇନର ଏହି ନିଷ୍ପତ୍ତିିକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର