ତିବ୍ଦତରେ ଚୀନ୍‌ ସେନାର ସମରାଭ୍ୟାସ

ନୂଆଦିଲ୍ଲୀ : ଚୀନ୍‌ ସାମରିକ ବାହିନୀ ଆଜି ତିବ୍ଦତରେ ସମରାଭ୍ୟାସ କରିଛି। ପିଏଲ୍‌ଏ (ପିପୁଲ୍ସ ଲିବରେସନ୍‌ ଆର୍ମି)ର ଡିଜିଟାଲ୍‌ କମ୍ବାଟ୍‌ ୟୁନିଟ୍‌ ଦ୍ୱାରା ଜିନ୍‌ଘାଇ-ତିବ୍ଦତ ଅଞ୍ଚଳରେ ଏହି ସମରାଭ୍ୟାସ କରାଯାଇଛି। ତେବେ ଏହି ସମରାଭ୍ୟାସ ନିକଟସ୍ଥ ଅଞ୍ଚଳର କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୋଧରେ କରାଯାଇନି କିନ୍ତୁ ଯେକୌଣସି ସମୟରେ ଏବଂ ଯେକୌଣସି ପରିସରରେ କୌଣସି ଯୁଦ୍ଧର ମୁକାବିଲା ପାଇଁ ଚୀନ୍‌ ନିଜ ସାମରିକ ବାହିନୀକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ସମରାଭ୍ୟାସ କରୁଥିବା ବେଜିଂର ଜଣେ ବରିଷ୍ଠ ସାମରିକ ବିଶେଷଜ୍ଞ ସଙ୍ଗ୍‌ ଝଙ୍ଗପିଙ୍ଗ୍‌ କହିଛନ୍ତି। ସେ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଆଗକୁ ନିୟମିତ ଭାବେ ସମରାଭ୍ୟାସ ଜାରି ରହିବ।

ସମ୍ବନ୍ଧିତ ଖବର