ଇମ୍ରାନ୍‌ ଖାଁ’ଙ୍କ ଗସ୍ତ ସମୟରେ ପ୍ରଦତ୍ତ ଆର୍ଥିକ ସହାୟତା ପ୍ରକାଶ ନ କରିବାକୁ ପାକିସ୍ତାନକୁ କହିଛି ଚୀନ୍‌

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଥମ ସରକାରୀ ଗସ୍ତରେ ଚୀନ୍‌ ଯାଇଥିବା ବେଳେ ମିଳିଥିବା ଆର୍ଥିକ ସହାୟତାର ପରିମାଣ ପ୍ରକାଶ ନ କରିବାକୁ ଚୀନ୍‌ ପାକିସ୍ତାନକୁ କହିଛି। ପାକିସ୍ତାନରୁ ପ୍ରକାଶିତ ‘ଏକ୍‌ସ୍‌ପ୍ରେସ୍‌ ନିଉଜ୍‌’ ରିପୋର୍ଟ ଅନୁସାରେ, ମିଳିଥିବା ଅର୍ଥରାଶିର ପରିମାଣ ଗୋପନ ରଖିବାକୁ ବେଜିଙ୍ଗ୍‌ କହିଛି ବୋଲି ନିଜେ ଇମ୍ରାନ୍‌ ଖାଁ କହିଛନ୍ତି।

ବେଜିଙ୍ଗ୍‌ର ଆଞ୍ଚଳିକ ଅଂଶୀଦାରଙ୍କ ଚିନ୍ତା ଯୋଗୁଁ ଚୀନ୍‌ ପାକିସ୍ତାନକୁ ଏକଥା ପ୍ରକାଶ ନ କରିବାକୁ କହିବା ପାଇଁ ବାଧ୍ୟ କରିଛି ବୋଲି ଉପରୋକ୍ତ ଗଣମାଧ୍ୟମ କହିଛି।

ଚୀନ୍‌ ଗସ୍ତ ସମ୍ପର୍କରେ ଫେଡେରାଲ୍‌ କ୍ୟାବିନେଟ୍‌ର ଚୁମ୍ବକେ କହିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ କୁଆଡ଼େ କହିଥିଲେ ତାଙ୍କର ଚୀନ୍‌ ଗସ୍ତ ଆଶାଠୁ ଅଧିକ ସଫଳ ହୋଇଛି। ପାକିସ୍ତାନକୁ ସବୁ ପ୍ରକାର ସହାୟତା ଦେବାକୁ ଚୀନ୍‌ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଥିଲେ।

ଏ ବର୍ଷ ପ୍ରାରମ୍ଭରୁ ପାକିସ୍ତାନର ଫରେନ୍‌ ରିଜର୍ଭ ୪୨% କମିଯାଇଥିଲା ଏବଂ ଏବେ ତାହା ପ୍ରାୟ ୮ ବିଲିୟନ୍‌ ଡଲାର୍‌ରେ ସୀମିତ ରହିଛି।

ସମ୍ବନ୍ଧିତ ଖବର