ଭାରତ ମହାସାଗରରେ ଚୀନ୍‌ ବଡ଼ ଚ୍ୟାଲେଂଜ

ମୁକାବିଲା ପାଇଁ ଭାରତ ସକ୍ଷମ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ମହହାସାଗରେ ଚୀନ୍‌ର ଆଧିପତ୍ୟ ବଢ଼ିଚାଲିଛି। ଭାରତ ମହାସାଗରର ଦକ୍ଷିଣ ଅଞ୍ଚଳରେ ଚୀନ୍‌ର ଜାହାଜଗୁଡ଼ିକ ଅଧିକାଂଶ ସମୟରେ ମୁତୟନ ରହୁଛନ୍ତି। ଏହା ଭାରତ ପାଇଁ ଏକ ବଡ଼ ଚ୍ୟାଲେଂଜ। ତେବେ ଭାରତ ଚୀନ୍‌ ଉପରେ ସତର୍କ ନଜର ରଖିଛି ଏବଂ ଭାରତ ସବୁ ପରିସ୍ଥିତିକୁ ସାମ୍ନା କରିପାରିବା‌ପାଇଁ ସକ୍ଷମ ବୋଲି ନୌସେନା ମୁଖ୍ୟ ସୁନିଲ ଲାମ୍ବା ଆଜି କହିଛନ୍ତି। ଏବେ ୪ ଦିନିଆ ବ୍ରିଟେନ୍‌ ଗସ୍ତରେ ଥିବା ଲାମ୍ବା ‘ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌’ରେ ଏକ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି, ଚୀନ୍‌ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଜାହାଜ ନିର୍ମାଣରେ ଅଧିକ ବିନି‌ଯୋଗ କରୁଛି। ଏହା ଭାରତ ସହ ଅନ୍ୟ ଦେଶ ଗୁଡ଼ିକ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭାରତ ମହାସାଗରରରେ ଚୀନ୍‌ର ପ୍ରାୟ ୬ରୁ ୮ଟି ସାମୁଦ୍ରିକ ଜାହାଜ ସବୁ ସମୟରେ ମୁତୟନ ରହୁଛି ବୋଲି ଲାମ୍ବା କହିଛନ୍ତି। କିନ୍ତୁ ଭାରତ ଏହା ଉପରେ କଡ଼ା ନଜର ରଖିବା ସହ ଯେ କୌଣସି ପରିସ୍ଥିତି ପାଇଁ ତୟାର ରହିଛି ବୋଲି ସେ କହିଛନ୍ତି ସେହିପରି ଦକ୍ଷିଣ ଚୀନ୍‌ ସାଗରର ୯୦ ପ୍ରତିଶତ ଅଂଚଳ ଉପରେ ଚୀନ୍‌ ନିଜର ଦାବି କରି ଆସୁଛି। ଭିଏତନାମ , ଫିଲିପାଇନ୍ସ, ମଲେସିଆ, ବ୍ରୁନେଇ ଏବଂ ତାଇୱାନ୍‌ର ବିରୋଧ ସତ୍ତ୍ବେ ଚିନ୍‌ ଦକ୍ଷିଣ ଚୀନ୍‌ ସାଗରରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଛି। ଗୋଟିଏ ପଟେ ଚୀନ୍‌ ପାକିସ୍ତାନକୁ ସବୁବେ‌ଳେ ସମର୍ଥନ ଦେଇ ଆସୁଥିବାବେଳେ ଏବେ ପୁଣିଥରେ ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାରେ ସୁରକ୍ଷା ଦେଇଥିବାରୁ ଭାରତ ଚୀନ୍‌ ସଂପର୍କରେ ଏବେ ପୁଣି ତିକ୍ତ ହୋଇଉଠିଛି।

ସମ୍ବନ୍ଧିତ ଖବର