ଭାରତୀୟ ନୌସେନାକୁ ଟକ୍କର ଦେବାକୁ ଚୀନ୍‌ ପାକିସ୍ତାନ ପାଇଁ ନିର୍ମାଣ କରୁଛି ୮ଟି ବୁଡ଼ାହାହାଜ

ବେଜିଂ: ଭାରତକୁ ସିଧାସଳଖ ଟକ୍କର ଦେବାରେ ବିଫଳ ହୋଇଥିବା ଚୀନ୍‌ ଏବେ ହାତ ମିଳାଇଛି ପାକିସ୍ତାନ ସହ। ଏକୁଟିଆ ନହେଲେ ନାହିଁ, ଅନ୍ତତଃ ପାକିସ୍ତାନ ସହ ମିଶି ଭାରତକୁ ଟକ୍କର ଦେବାକୁ ଯୋଜନା ପ୍ରସ୍ତୁତ କରୁଛି ଚୀନ୍‌। ସେଥିପାଇଁ ଏବେ ଚୀନ୍‌ର ପରମ ବନ୍ଧୁ ସାଜିଥିବା ପାକିସ୍ତାନ ପାଇଁ ଚୀନ୍‌ ନିର୍ମାଣ କରୁଛି ୮ଟି ବୁଡ଼ାଜାହାଜ (ସବ୍‌ମେରିନ୍‌)। କାରଣ, ଏବେ ଭାରତ ନିକଟରେ ୧୬ଟି ବୁଡ଼ାଜାହାଜ ରହିଥିବା ବେଳେ ପାକିସ୍ତାନ ନିକଟରେ ରହିଛି ମାତ୍ର ୧୦ଟି ବୁଡ଼ାଜାହାଜ। ତେଣୁ, ଏ ପରିସ୍ଥିତିରେ ନୂତନ ଭାବେ ବନ୍ଧୁ ସାଜିଥିବା ପାକିସ୍ତାନକୁ ୮ଟି ବୁଡ଼ାଜାହାଜ ଯୋଗାଇଦେଲେ ଭାରତ ତୁଳନାରେ ପାକିସ୍ତାନର ବୁଡ଼ାଜାହାଜ ସଂଖ୍ୟା ବଢ଼ିଯିବ ଏବଂ ଭାରତୀୟ ନୌସେନାକୁ ଟକ୍କର ଦେବା ସହ ଆହ୍ଵାନ ଦେବା ସ୍ଥିତିକୁ ଆସିଯିବ। ଖାସ୍‌, ଏଇ ଲକ୍ଷ୍ୟ ସାଧନ ପାଇଁ ପାକିସ୍ତାନ ନୌସେନା ପାଇଁ ଚୀନ୍‌ ଏକକାଳୀନ ୮ଟି ବୁଡ଼ାଜାହାଜର ନିର୍ମାଣ ଆରମ୍ଭ କରିଛି।

ଏଥିସହ ଭାରତ ମହାସାଗର ଅଞ୍ଚଳରେ ନିଜକୁ ଭାରତର ନୌଶକ୍ତି ସାମନାରେ ଅସହାୟ ମନେ କରୁଥିବା ଚୀନ୍‌ ପାକିସ୍ତାନ ସହ ମିଶି ଭାରତୀୟ ନୌସେନା ପ୍ରତି ଆହ୍ଵାନ ସୃଷ୍ଟି କରିବା ମତଲବରେ ମଧ୍ୟ ରହିଥିବା ଜାଣିବାକୁ ମିଳିଛି। ପ୍ରୋଜେକ୍ଟ ହାଙ୍ଗର ଯୋଜନା ଅଧୀନରେ ଚୀନ୍‌ର ଜାହାଜନିର୍ମାଣ କମ୍ପାନି ପାକିସ୍ତାନ ପାଇଁ ଏହି ବୁଡ଼ାଜାହାଜର ନିର୍ମାଣ କରୁଛି ଏବଂ ଏହି ସମସ୍ତ ବୁଡ଼ାଜାହାଜ ଖୁବ୍‌ଶୀଘ୍ର ଚୀନ୍‌କୁ ହସ୍ତାନ୍ତର କରାଯିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର