ଭାରତ ସୀମାନ୍ତରେ ମୁତୟନ କରିବାକୁ ଚୀନ୍‌ ନିର୍ମାଣ କରୁଛି ଅତ୍ୟାଧୁନିକ ରକେଟ୍‌

ବେଜିଙ୍ଗ୍‌: ତିବ୍ଦତ ଅଟୋନମସ୍‌ ରିଜନ୍‌ ଭଳି ସମୁଦ୍ର ପତ୍ତନ ଠାରୁ ଉଚ୍ଚ ସ୍ଥାନରୁ ଇଲେକ୍ଟ୍ରୋମାଗ୍ନେଟିକ୍‌ କାଟାପଲ୍‌ଟ୍‌ ଟେକ୍ନୋଲଜି ଦ୍ୱାରା କମାଣ ୟୁନିଟ୍‌ରୁ କ୍ଷେପଣ କରାଯିବା ଭଳି ରକେଟ୍‌ ତିଆରି କରୁଛି ଚୀନ୍‌। ଏଗୁଡ଼ିକ ଭାରତ ବିରୋଧରେ ମୁତୟନ କରାଯିବ ବୋଲି ସୂଚନା ଦେଇଛି ଏକ ରାଷ୍ଟ୍ରାୟତ ଗଣମାଧ୍ୟମ।
ପାରମ୍ପରିକ କମାଣ ବନ୍ଧୁକ ଠାରୁ ଏହି ରେକେଟ୍‌ଗୁଡ଼ିକ ୨୦୦ କିଲୋମିଟର ସେପାଖରେ ଥିବା ଲକ୍ଷ୍ୟସ୍ଥଳୀ ଭେଦ କରିପାରିବ। ସିଧାସଳଖ ଭାରତ ପ୍ରସଙ୍ଗ ଉଲ୍ଲେଖ ନ କରିଥିଲେ ମଧ୍ୟ ଏହି ରକେଟ୍‌ ସବୁ ଚୀନ୍‌ର ଦକ୍ଷିଣପଶ୍ଚିମ ସୀମାନ୍ତରେ ଯୁଦ୍ଧ ସମୟରେ ବ୍ୟବହାର କରାଯାଇ ପାରିବ ବୋଲି ସାମରିକ ବୈଜ୍ଞାନିକମାନେ କହିଛନ୍ତି।
ବେଜିଙ୍ଗ୍‌ସ୍ଥିତ ପିପଲ୍‌ସ ଲିବରେସନ୍‌ ଆର୍ମି ଗବେଷଣାଗାରରେ ନିର୍ମିତ ଏହି ରକେଟ୍‌ ଦ୍ୱାରା ଏଭଳି ଲକ୍ଷ୍ୟଭେଦ କରି ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ପ୍ରୋଜେକ୍ଟ୍‌ର ମୁଖ୍ୟ ହାନ୍‌ ଜୁନ୍‌ଲିଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ରକେଟ୍‌ ସାମରିକ ପୋତ ଏବଂ ବିମାନରେ ମଧ୍ୟ ନେଇ ହେବ।

ସମ୍ବନ୍ଧିତ ଖବର