ଚୀନ୍‌ର ଦାବି: ଭାରତର ବ୍ରହ୍ମୋସ୍‌କୁ ଚାଲେଞ୍ଜ୍‌ କରିବ ତା’ର ସୁପର୍‌ ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ଏଚ୍‌ଡି-ଓ୍ଵାନ୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନ୍‌ ତା’ର ସୁପର୍‌ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ଏଚ୍‌ଡି-ଓ୍ଵାନ୍‌ ସଂକ୍ରାନ୍ତ ସବିଶେଷ ବିବରଣୀ ପ୍ରକାଶ କରିଛି। ସାମରିକ ବିଷେଶଜ୍ଞମାନେ କହୁଛନ୍ତି କି, ଭାରତ ଓ ରୁଷ୍‌ ମିଳିତ ଭାବେ ବିକଶିତ କରିଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସହ ମୁକାବିଲା କରିବାର ଏହାର ସାମର୍ଥ୍ୟ ରହିଛି। ଏ କଥା ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

‘ଗୁଆଙ୍ଗଡୋଙ୍ଗ୍‌ ହୋଙ୍ଗଡ଼ା ବ୍ଲାଷ୍ଟିଙ୍ଗ୍‌’ ନାମକ ଖଣି କମ୍ପାନି ଦକ୍ଷିଣ ଚୀନ୍‌ର ଗୁଆଙ୍ଗଡୋଙ୍ଗ୍‌ ଅନ୍ତର୍ଗତ ଝୁହାଇ ଠାରେ ଏୟାର୍‌ସୋ ଚାଇନା ୨୦୧୮ରେ ଏହାର ସବିଶେଷ ବିବରଣୀ ଉନ୍ମୁକ୍ତ କରିଥିଲା।

କମ୍ପାନି ବର୍ଣ୍ଣନା କରିଛି ଯେ ଅକ୍ଟୋବର ମାସରେ ପରୀକ୍ଷିତ କ୍ଷେପଣାସ୍ତ୍ରରେ ବ୍ୟବହୃତ ସଲିଡ୍‌-ପ୍ରୋପେଲାଣ୍ଟ୍‌ ରାମ୍‌ଜେଟ୍‌ ମାଚ୍‌ ୨.୨ ରୁ ୩.୫ ବେଗରେ ୨୯୦ କିଲୋମିଟର୍‌ ଦୂରରେ ଅବସ୍ଥିତ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ୨, ୨୦୦ କିଲୋଗ୍ରାମ୍‌ ଓଜନବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୧୫ କିଲୋମିଟର୍‌ ଉଚ୍ଚ ଏବଂ ସମୁଦ୍ର ଉପରେ ୫ ରୁ ୧୦ ମିଟର ଉଚ୍ଚରେ ଉଡ଼ି ପାରିବ।

୫ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଏହି କ୍ଷେପଣାସ୍ତ୍ର ଲଞ୍ଚ୍‌ କରିବାକୁ ପ୍ରସ୍ତୁତି କରିହେବ ଏବଂ ଦ୍ୱିତୀୟ କ୍ଷେପଣାସ୍ତ୍ର ଲଞ୍ଚ୍‌ କରିବାକୁ ୧୦ ସେକେଣ୍ଡ୍‌ରୁ କମ୍‌ ସମୟ ଲାଗିବ। ସ୍ଥଳ ଓ ସମୁଦ୍ର ମଧ୍ୟରେ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସ୍ଥଳର ଠିକଣା ସ୍ଥାନରେ ମାଡ଼ କରିବ।

ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଶବ୍ଦର ତିନିଗୁଣ ବେଗରେ ୨୯୦ କି. ମି. ଦୂରତ୍ୱକୁ ମାଚ୍‌ ୨. ୮ ଉଡ଼ି ଯାଇ ପାରିବ। ଏହାର ରେଞ୍ଜ୍‌କୁ ୪୦୦ କିଲୋମିଟର୍‌ ଯାଏଁ ବଢ଼ାଇ ହେବ।

ସମ୍ବନ୍ଧିତ ଖବର