ଭାରତରୁ ଯିବାକୁଥିବା ସ୍ୱତନ୍ତ୍ର ବିମାନକୁ ଉହାନରେ ଅବତରଣ ଅନୁମତି ଦେବାରେ ବିଳମ୍ବ କରୁଛି ଚୀନ୍

ନୂଆଦିଲ୍ଲୀ: ଚୀନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉହାନରୁ ଉଦ୍ଧାର ପାଇଁ ଯିବାକୁ ଥିବା ସ୍ୱତନ୍ତ୍ର ବିମାନକୁ ଅବତରଣ ଅନୁମତି ଦେବାରେ ଚୀନ ବିଳମ୍ବ କରୁନାହିଁ | କିଛି ଏଭଳି କହି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ | ମିଳିଥିବା ସୂଚନା ମୁତାବକ ଭାରତରୁ ଉହାନକୁ ଯିବାକୁ ଥିବା ସ୍ୱତନ୍ତ୍ର ବିମାନର କ୍ଲିୟରାନ୍ସ ମିଳି ନଥିବାରୁ ତାରିଖ ଧାର୍ଯ୍ୟ ହୋଇପାରୁନାହିଁ | ଚୀନ ପକ୍ଷରୁ କ୍ଲିୟରାନ୍ସ ଦେବାରେ ବିଳମ୍ବ କରାଯାଉଥିବାରୁ ଭାରତର ସ୍ୱତନ୍ତ୍ର ବିମାନ ଯାଇପାରୁନାହିଁ |

ଭାରତ ସରକାର ଫେବୃୟାରୀ ୧୭ ତାରିଖରେ ଘୋଷଣା କରିଥିଲେ ଯେ ଭାରତୀୟ ବାୟୁସେନାର କେସି-୧୭ ଗ୍ଲୋବମାଷ୍ଟର ବିମାନକୁ ମେଡିକାଲ ସାମଗ୍ରୀ ସହ ଊହାନ ପଠାଯିବ | ଏଠାରେ ଫସିଥିବା ଭାରତୀୟଙ୍କୁ ସେଠାରୁ ଅଣାଯିବ | ଏ ପର୍ଯ୍ୟନ୍ତ ୬୪୭ ଜଣ ଭାରତୀୟ ଓ ମାଳଦ୍ଵୀପ ନାଗରିକଙ୍କୁ ଏୟାର ଇଣ୍ଡିଆର ଦୁଇଟି ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଅଣାଯାଇଛି |

Image Courtesy of Changing America

ତେବେ ଭାରତର ଏହି ତୃତୀୟ ବିମାନକୁ କ୍ଲିୟରାନ୍ସ ଦିଆନଯିବା ପ୍ରସଙ୍ଗରେ ଚୀନ ବୈଦେଶିକ ମନ୍ତ୍ରୀ ଗେଂଗ ସୁଆଙ୍ଗ କହିଛନ୍ତି ଯେ ଚୀନ କ୍ଲିୟରାନ୍ସ ଦେବାରେ ବିଳମ୍ବ କରୁନାହିଁ | ଚୀନ ସରକାର ସବୁ ବିଦେଶୀ ନାଗରିକଙ୍କ ଜୀବନ କୁ ମହତ୍ତ୍ୱ ଦେଇଥାଏ | ଉଲ୍ଲେଖଯୋଗ୍ୟ ଥାଉ କି ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨୨୩୬ରେ ପହଞ୍ଚିଛି |

ସମ୍ବନ୍ଧିତ ଖବର