ଉହାନ୍‌ରେ ଡାକ୍ତରୀ ସମ୍ବଳ ସଙ୍କଟ: ୪୦୦ରୁ ଊର୍ଦ୍ଧ୍ୱ ସାମରିକ ଡାକ୍ତର ମୁତୟନ କଲା ଚୀନ୍‌

ବେଜିଙ୍ଗ୍‌: ଉହାନ୍‌ରେ ଡାକ୍ତରୀ ସମ୍ବଳ ସଙ୍କଟ ଏବଂ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ମାତ୍ରାଧିକ କାମ କରି ଡାକ୍ତରୀ କର୍ମଚାରୀମାନେ କ୍ଳାନ୍ତ ହୋଇ ପଡୁଥିବାରୁ ଚୀନ୍‌ ନିଜର ସେନାବାହିନୀରୁ ପ୍ରାୟ ୪୫୦ ଡାକ୍ତରଙ୍କୁ ସେଠାକୁ ପଠାଇଛି।

ରାଷ୍ଟ୍ରାୟତ ଟାବଲଏଡ୍‌ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି: ଡାକ୍ତରୀ ସମ୍ବଳ ଅଭାବ, ବିଶେଷତଃ ପରୀକ୍ଷା କିଟ୍‌ର ସଙ୍କଟ ଦେଖା ଦେଇଛି। ଏହା ନ ମିଳିବାର ଅନ୍ୟତମ କାରଣ ହେଲା, କିଟ୍‌ ତିଆରି କରୁଥିବା କମ୍ପାନିର କର୍ମଚାରୀମାନେ ଛୁଟିରେ ଅଛନ୍ତି। ଫଳରେ ଉତ୍ପାଦନ ବାଧା ପାଇଛି।

ଦିନ ଦିନ ଧରି ଦୀର୍ଘ ସମୟ ନିରବଚ୍ଛିନ୍ନ କାମ କରି ଡାକ୍ତର ଏବଂ ନର୍ସମାନେ ଅବଶ ହୋଇପଡୁଛନ୍ତି।

Image Source: Hindustan Times

ଅନ୍ୟାନ୍ୟ ଗଣମାଧ୍ୟମ ସୂଚନା ଅନୁସାରେ, ଉହାନରେ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ରୋଗୀ ଏବଂ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ଡାକ୍ତରୀ ସମ୍ବଳକୁ ଟପି ଯାଉଛି। ଏହାକୁ ମୁକାବିଲା କରିବାର ଗୋଟାଏ ଉପାୟ ହେଉଛି ଅନ୍ୟ ପ୍ରଦେଶ ଓ ସଶସ୍ତ୍ର ବାହିନୀରୁ ଡାକ୍ତର ଆଣି ମୁତୟନ କରିବା।

ତେଣୁ ଉହାନ୍‌କୁ ଇବୋଲା ଭାଇରସ୍‌ ଚିକିତ୍ସାର ଅଭିଜ୍ଞତା ଥିବା ୪୫୦ ସାମରିକ ଡାକ୍ତରଙ୍କୁ ପଠାଯାଇଛି। ସାଙ୍ଘାଇ ଓ ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶରୁ ମଧ୍ୟ ୬୦୦ ଡାକ୍ତର ଓ ନର୍ସଙ୍କୁ ସେଠାକୁ ପଠା ଯିବାର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର