ମଦ ପିଇ ଶୌଚାଳୟ ଭିତରକୁ ଯିବା ପଡ଼ିଲା ମହଙ୍ଗା; ପାଇଖାନା ଭିତରେ ଗୋଡ଼ ଫସି ଯିବାରୁ ଡାକ୍ତରଖାନାରେ ପହଞ୍ଚିଲେ ମହିଳା,ଦେଖନ୍ତୁ ଭିଡ଼ିଓ

ବେଜିଂ : ମଦ ପିଇବା ଶରୀର ପାଇଁ କ୍ଷତିକାରକ । ଏହା ଜାଣି ମଧ୍ୟ ଲୋକମାନେ ମଦ ପିଇବା ଛାଡ଼ି ପାରୁ ନାହାନ୍ତି । ମଦ ପିଇବା ପରେ ନିଶାରେ ଜଣେ ମଣିଷ ସହ କ’ଣ ଘଟିପାରେ ତାହା ଚୀନର ରାଜଧାନୀ ବେଜିଂରେ ଦେଖିବାକୁ ମିଳିଛି । ବେଜିଂରେ ଜଣେ ମହିଳାଙ୍କୁ ନିଶା ହେବା ପରେ ଯାହା ତାଙ୍କ ସହ ଘଟିଥିଲା, ସେହି ଘଟଣାର ଭିଡ଼ିଓ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ମଦ ପିଇବା ପରେ ମହିଳା ଜଣଙ୍କ ନିଶାରେ ଶୌଚାଳୟ ଯାଇଥିଲେ । ନିଶାରେ ଥିବାରୁ ମହିଳାଙ୍କ ଗୋଡ଼ ପାଇଖାନା ଭିତରେ ଫସି ଯାଇଥିଲା । ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଶୌଚାଳୟ ଭିତରେ ଫସି ରହିଥିଲେ ମହିଳା ।

 ସୂଚନା ମୁତାବକ, ମଦ ପିଇ ସାରିବା ପରେ ମହିଳାଙ୍କୁ ନିଶା ହୋଇ ଯାଇଥିଲେ ମଧ୍ୟ ସେ କାହାର ସାହାଯ୍ୟ ନ ନେଇ ଏକା ଶୌଚାୟଳ ଭିତରକୁ ଚାଲି ଯାଇଥିଲେ । ଫଳରେ ଅଜାଣତରେ ତାଙ୍କ ଗୋଡ଼ ପାଇଖାନା ଭିତରେ ଫସି ଯାଇଥିଲା । ଅଧଘଣ୍ଟା ଚେଷ୍ଟା କରିବା ପରେ ମଧ୍ୟ ତାଙ୍କ ଗୋଡ଼ ନ ବାହାରିବାରୁ ଫାୟାରଫାଇଟର୍ସଙ୍କୁ ଡ଼କା ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଗୋଡ଼ ବାହାର କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ଫାୟାରଫାଇଟର୍ସ । ଅନ୍ୟ କିଛି ବାଟ ନ ପାଇ ପାଇଖାନାକୁ ଭାଙ୍ଗି ମହିଳାଙ୍କ ଗୋଡ଼ ବାହାର କରାଯିବା ସହ ତାଙ୍କୁ ଡ଼ାକ୍ତରଖାନା ପଠା ଯାଇଥିଲା । ଏବେ ମହିଳାଙ୍କ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର