ଦକ୍ଷିଣ ଚୀନ ସାଗରରେ ଚୀନ୍‌ର ବୋମାବର୍ଷୀ ବିମାନ

ବେଜିଂ: ପ୍ରଥମଥର ପାଇଁ ବିବାଦୀୟ ଦକ୍ଷିଣ ଚୀନ ସାଗରର ଏକ ବିମାନ ବନ୍ଦରରେ ଆଜି ଚୀନ ବୋମାବର୍ଷୀ ବିମାନ ଅବତରଣ କରାଇବା ପରେ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବିମାନ ବନ୍ଦରରେ ଚୀନ ପିପୁଲ୍ସ ଆର୍ମିର ବାୟୁସେନା ଏଚ-୬କେ ବୋମାବର୍ଷୀ ବିମାନର ଅବତରଣ ଓ ଉଡ଼ାଣ ଅଭ୍ୟାସ କରୁଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ଦ୍ୱୀପରେ ଚୀନ ଏହି ସମରାଭ୍ୟାସ କରୁଛି ଜଣାପଡ଼ିନଥିବା ବେଳେ ବୋମାବର୍ଷୀ ବିମାନଗୁଡ଼ିକ ସମୁଦ୍ରରେ ବୋମା ବର୍ଷା କରି ଆତଙ୍କ ସୃଷ୍ଟି କରିଛନ୍ତି। ଦକ୍ଷିଣ ଚୀନ ସାଗରରେ ସବୁବେଳେ ଚୀନ ନିଜର ଆଧିପତ୍ୟ ଜାହିର କରି ଆସୁଥିବା ବେଳେ ଏବେ ଏଠାରେ ନିର୍ମାଣ କରିଥିବା କୃତ୍ରିମ ଦ୍ୱୀପଗୁଡ଼ିକୁ ସାମରିକ ଘାଟି ଭାବେ ବ୍ୟବହାର କରୁଛି।

ସମ୍ବନ୍ଧିତ ଖବର