ଚୀନ୍‌ ହ୍ୟାକର୍‌ଙ୍କ କଳା କାରନାମା

ଭାରତର ପ୍ରତିରକ୍ଷା େଓ୍ଵବ୍‌୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟର େଓ୍ଵବ୍‌୍‌ସାଇଟ୍‌ ଆଜି ହ୍ୟାକ୍‌ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ହ୍ୟାକ୍‌୍‌ ହେବାପରେ େଓ୍ଵବ୍‌୍‌ସାଇଟ୍‌୍‌ର ହୋମ୍‌ ପେଜ୍‌୍‌ରେ  ଚୀନ୍‌ ଭାଷାରେ କିଛି ଶବ୍ଦ ଦେଖିବାକୁ ମିଳିଥିଲା। ଏହା ସହିତ ପେଜ୍‌୍‌ ଖୋଲିବାକୁ ବହୁତ ସମୟ ଲାଗୁଥିବା ବେଳେ କେତେକ ତଥ୍ୟରେ ବିଭ୍ରାନ୍ତି ସୃଷ୍ଟି କରାଯାଇଥିବା ଜଣାପଡ଼ିଛି। ପେଜ୍‌ ଖୋଲିବା ମାତ୍ରେ ‘ଏରର୍‌୍‌’ ବାର୍ତ୍ତା ସହିତ ଅନ୍ୟ ସମସ୍ୟା ଦେଖାଦେଉଛି  ଏବଂ କିଛି ସମୟ ପରେ େଓ୍ଵବ୍‌୍‌ସାଇଟ୍‌ ଖୋଲିବା ପାଇଁ ପରାମର୍ଶ ମିଳୁଛି। ଆଜି ଅପରାହ୍ନ ସାଢ଼େ ୪ଟା ବେଳେ େଓ୍ଵବ୍‌୍‌ସାଇଟ୍‌ ହ୍ୟାକ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା।  େଓ୍ଵବ୍‌୍‌ସାଇଟରେ ଦେଖାଯାଉଥିବା ଶବ୍ଦଗୁଡ଼ିକ ଚୀନ୍‌ ଭାଷାରେ ଲେଖା ଥିବାବେଳେ ଏହା ଚୀନ୍‌ ହ୍ୟାକର୍‌୍‌ଙ୍କ କରାନାମା ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛି ଏବଂ ତଦନ୍ତ ଆରମ୍ଭ ହୋଇସାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ଵିଟ୍‌ କରି କହିଛନ୍ତି।  ମାସକ ତଳେ ପାକିସ୍ତାନୀ ହ୍ୟାକର୍‌୍‌ମାନେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌୍‌ଏସ୍‌୍‌ଜି)ର ଅଫିସିଆଲ େଓ୍ଵବ୍‌୍‌ସାଇଟ ହ୍ୟାକ୍‌ କରିନେବା ପରେ  ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ ସ୍ଲୋଗାନ ପୋଷ୍ଟ କରିଥିଲେ।  ୨୦୧୬ରେ ୟୁରୋପ ଏବଂ ଆଫ୍ରିକାରେ ଥିବା ୭ଟି ଭାରତୀୟ ଦୂତାବାସର େଓ୍ଵବ୍‌୍‌ସାଇଟ୍‌ ହ୍ୟାକ୍‌ ହୋଇଥିଲା। ପାକିସ୍ତାନୀ ଏବଂ ଚୀନ୍‌ ହ୍ୟାକରଙ୍କ ଟାର୍ଗେଟ୍‌ରେ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ େଓ୍ଵବ୍‌୍‌ସାଇଟ୍‌ଗୁଡ଼ିକ ରହୁଥିବା ବେଳେ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥାର ଆଭବ ଯୋଗୁଁ  ବାରମ୍ବାର ସମସ୍ୟା ଉପୁଜୁଛି।

ଆଜି ହ୍ୟାକ୍‌ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ େଓ୍ଵବ୍‌୍‌ସାଇଟ୍‌୍‌କୁ ସ୍ୱାଭାବିକ କରିବା ପାଇଁ ଜାତୀୟ ସୂଚନା କେନ୍ଦ୍ର ପକ୍ଷରୁ ପ୍ରୟାସ ଜାରି ରହିଛି  ଏବଂ ଖୁବ୍‌୍‌ଶୀଘ୍ର ଏହା ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ଏହି େଓ୍ଵବ୍‌୍‌ସାଇଟ୍‌ର ନିରାପତ୍ତା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ମଧ୍ୟ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ଗୃହମନ୍ତ୍ରାଳୟ ଏବଂ ଆଇନ ମନ୍ତ୍ରାଳୟର େଓ୍ଵବ୍‌୍‌ସାଇଟ୍‌ ମଧ୍ୟ ଡାଉନ୍‌ ରହିଥିବାରୁ  ଏହା ପଛରେ ହ୍ୟାକର୍‌ଙ୍କ  ହାତ ରହିଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି । ମନ୍ତ୍ରାଳୟର େଓ୍ଵବ୍‌୍‌ସାଇଟ୍‌ ଖୋଲିବାରେ ମାତ୍ରାଧିକ ବିଳମ୍ବ ହେଉଛି ଏବଂ  ଏବଂ ଅଚାନକ ତାହା ବନ୍ଦ ହୋଇଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ସାଇବର୍‌ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦେଇ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍‌ରେ ଭାରତ ତା’ର ମତ ରଖୁଥିବା ବେଳେ ବିକଶିତ ରାଷ୍ଟ୍ରଗୁଡ଼ିକର ଅସହଯୋଗ ଯୋଗୁଁ ଏ କ୍ଷେତ୍ରରେ ସୁଦୃଢ଼ ନୀତି ପ୍ରଣୟନ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର