ଶ୍ରୀଲଙ୍କାର ଭିତ୍ତିଭୂମିକୁ କବ୍‌ଜାକୁ ନେବ ଚୀନ୍‌

କଲମ୍ବୋ: ଚୀନ୍‌ ଏବେ ଶ୍ରୀଲଙ୍କାର ଭିତ୍ତିଭୂମି କ୍ଷେତ୍ରକୁ କବ୍‌ଜାକୁ ନେବା ପାଇଁ ଉଦ୍ୟମ ଜାରି ରଖିଛି। ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ଭିତ୍ତିଭୂମି କାର୍ଯ୍ୟ କରିବା ପରେ ଏବେ ଦେଶର ଉତ୍ତରରେ ମଧ୍ୟ ଅନୁରୂପ କାର୍ଯ୍ୟ କରିବା ପାଇଁ ଚେଷ୍ଟା ଚଳାଇଛି। ଶ୍ରୀଲଙ୍କାରେ ବାସଗୃହ ଓ ସଡ଼କ ଆଦି ନିର୍ମାଣ କରିବାକୁ ଚୀନ୍‌ ଆଗ୍ରହ ପ୍ରକାଶ କରିଥିବା ଚୀନ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଘରୋଇ ଯୁଦ୍ଧ ପରିସମାପ୍ତି ଘଟିବାର ଦଶନ୍ଧି ପରେ ମଧ୍ୟ ଶ୍ରୀଲଙ୍କାର ଉତ୍ତର ଭାଗରେ ଘର ଓ ରାସ୍ତାଘାଟ ମରାମତି ହୋଇପାରି ନାହିଁ। ତେଣୁ ଚୀନ୍‌ ଏବେ ଏ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି କହିଛି। କଲମ୍ବୋରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ କମିଟି ମୁଖ୍ୟ ଲୁଓ ଚଙ୍ଗ୍‌ କହିଛନ୍ତି, ଶ୍ରୀଲଙ୍କାର ଉତ୍ତର ଓ ପୂର୍ବ ଅଞ୍ଚଳରେ ପୁନର୍ନିମାଣ କାର୍ଯ୍ୟ କରିବା ପାଇଁ ଚୀନ୍‌ ବେଶ୍‌ ଆଗ୍ରହୀ।

ସମ୍ବନ୍ଧିତ ଖବର