ଯାଯାବର ବେଶରେ ଆସି ଲଦାଖର ୩ଶହ ମିଟର ଅଞ୍ଚଳକୁ ମାଡ଼ିବସିଛନ୍ତି ଚୀନ ସେନା

ନୂଆଦିଲ୍ଲୀ: ପୁଣି ଦାଦାଗିରି ଦେଖାଇଛି ଚୀନ। ଗତବର୍ଷର ଡୋକ୍‌ଲାମ୍‌ ଠାରେ ଭାରତ-ଜୀନ ମୁହାଁମୁହିଁ ହୋଇଥିଲେ। ଏବେ ଭାରତ -ଚୀନ ସୀମାର ୪୦୫୭ କିଲୋମିଟର ବ୍ୟପୀ ଲାଇନ ଅଫ ଆକ୍‌ଚୁଆଲ କଂଣ୍ଟ୍ରୋଲ(ଏଲଏସି) ଅଞ୍ଚଳରେ ଚୀନ ସବୁବେଲେ ଅନୁପ୍ରବେଶ ଉଦ୍ୟମ ଚଳାଇଛି। ତେବେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଲଦାଖର ପୂର୍ବାଞ୍ଚଳରେ ଥିବା ଡେମ୍‌ଚୋକ୍‌ ସେକ୍ଟରରେ ୩ଶହାରୁ ୪ ଶହ ମିଟର ଭାରତ ଭିତରକୁ ପଶିଆସିଥିବା ଜଣାପଡ଼ିଛି। କେବଳସେତିକି ନୁହେଁ, ଚୀନ ସେନା ଲଦାଖ ଭତରେ ୩ଶହୁ ୪ଶହ ମିଟର ପଶି ଆସି ସେଠାରେ ୫ଟି କ୍ୟାମ୍ପ କରିଥିବା ଜଣାପଡ଼ିଛି।ଗତମାସରେ ଚୀନ ସେନା ଏହି ଅନୁପ୍ରବେଶ କରିଥିବା ବେଳେ ଦୁଇ ସେନାର ବ୍ରିଗେଡିୟର ସ୍ତରରେ ଆଲୋଚନା ହେବା ପରେ ଚୀନ ୩ଟି କ୍ୟାମ୍ପ ଉଠାଇ ନେଇଛି। ସୂଚନାଯୋଗ୍ୟ ଯେ ଲାଇନ ଅଫ ଆକ୍‌ଚୁଆଲ କଂଣ୍ଟ୍ରୋଲରେ ଭାରତ ସହିତ ଚୀନର ଯେଉଁ୨୩ଟି ଅଞ୍ଚଳରେ ବିବାଦ ରହିଛି ଡେମ୍‌ଚୋକ ସେ ମଧ୍ୟରୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ।
ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ପିଏଲଏ ଯେଉଁ ୫ଟି କ୍ୟାମ୍ପ ଲଦାଖ ଭିତରେ କରିଥିଲା, ସେଥିମଧ୍ୟରୁ ୩ଟି ଉଠାଇ ଦେଇଛି। ମାତ୍ର ଏବେ ବି ସେନାର ଦୁଇଟି କ୍ୟାମ୍ପ ଲଦାଖର ୩ଶହ ମିଟର ଅଞ୍ଚଳକୁ କବ୍‌ଜା କରି ରଖିଛନ୍ତି। ତେବେ ଏ ନେଇ ସେନା ପକ୍ଷରୁ କିଛି କୁହାଯାଇ ନାହିଁ। ଚୀନ ସୈନିକ ମାନେ ଯାଯାବର ଭାବେ ଭାରତ ସୀମାକୁ ପଶି ଆସି ସେଠାରେ କ୍ୟାମ୍ପ କରିଥିଲେ। ବାରମ୍ବାର ସେମାନଙ୍କୁ ନିଜ ଦେଶକୁ ଫେରିଯିବାକୁ କୁହାଯିବା ସତ୍ତ୍ୱେ ସେମାନେ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଛାଡ଼ି ଯାଉ ନାହାଁନ୍ତି।

ସମ୍ବନ୍ଧିତ ଖବର