ଆମେରିକା ଉପରେ ଆକ୍ରମଣ କରିବାକୁ ଚୀନ୍‌ ସେନା ତାଲିମ ନେଉଛନ୍ତି: ପେଣ୍ଟାଗନ୍‌

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ନିକଟ ଅତୀତ ବର୍ଷମାନଙ୍କରେ ଚୀନ୍‌ ସେନା ତାହାର ବମ୍ବର୍‌ ଅପରେସନ୍‌ ବଢ଼ାଇବା ସହ ତାଲିମ ଦେଉଥିବା କଥା ଗୁରୁବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ପେଣ୍ଟାଗନ୍‌ କହିଛି।

ବାଣିଜ୍ୟ ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇ ଚାଲିଥିବା ବେଳେ ଏ ଭଳି ଆକଳନ କରିଛି ପେଣ୍ଟାଗନ୍‌।
ଗତ ତିନି ବର୍ଷ ହେବ ପିପଲ୍‌ସ୍‌ ଲିବେରେସନ୍‌ ଆର୍ମି ଦ୍ରୁତ ବେଗରେ ଜଳରାଶି ଉପରେ ବୋମାବର୍ଷଣ ଅଭିଯାନ ବଢ଼ାଇଛି। ବିପଜ୍ଜନକ ସାମୁଦ୍ରିକ ଅଞ୍ଚଳରୁ ଅଭିଜ୍ଞତା ହାସଲ କରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ସମ୍ଭାବ୍ୟ ଯୋଜନ କରୁଥିବା କଥା ରିପୋର୍ଟରେ ଉଲ୍ଲେଖ ଅଛି।

ରିପୋର୍ଟରେ ପୁଣି କୁହାଯାଇଛି କି, ପିପଲ୍‌ସ୍‌ ଲିବେରେସନ୍‌ ଆର୍ମି ଅଭିଯାନ ସୀମା ବଢ଼ାଇ ଚାଲିଥିବା ବେଳେ ବେଜିଙ୍ଗ୍‌ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ଏ ସମ୍ପର୍କରେ ଓ୍ଵାସିଂଟନ୍‌ସ୍ଥିତ ଚୀନ୍‌ ଦୂତାବାସରୁ ତୁରନ୍ତ କୌଣସି ମନ୍ତବ୍ୟ ପାଇଁ ଯୋଗାଯୋଗ କରାଯାଇ ନାହିଁ।

ସମ୍ବନ୍ଧିତ ଖବର