କଶ୍ମୀର ସ୍ଥିତି ଉପରେ ନଜର ରଖିଛୁ, ପାକିସ୍ତାନର ସ୍ୱାର୍ଥ ରକ୍ଷା ପାଇଁ ସମର୍ଥନ କରିବୁ : ଚୀନ

ବେଜିଂ : ଆଉ ଦୁଇଦିନ ପରେ ଅର୍ଥାତ ଅକ୍ଟୋବର ୧୧ରେ ଚୀନ ରାଷ୍ଟ୍ରପତି ସି ଜିନ ପିଂ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଚେନ୍ନାଇଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏଥିଲାଗି କ୍ଷେତ୍ର ଅନୁକୂଳ କରିବାକୁ ଚୀନ ଗତ କାଲି କହିଥିଲା ଯେ କଶ୍ମୀର ଏକ ଦ୍ୱିପାକ୍ଷିକ ମାମଲା ଓ ଉଭୟ ପକ୍ଷ ମିଳିତଭାବେ ଏହାର ସମାଧାନ କରିବା ଆବଶ୍ୟକ ।

କିନ୍ତୁ ଆଜି ନିଜର ମତ ବଦଳାଇଛି ଚୀନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚୀନ ଗସ୍ତରେ ଥିବାରୁ ଚୀନ କହିଛି ଯେ ଚୀନ ହେଉଛି ପାକିସ୍ତାନର ସବୁଦିନିଆ ବନ୍ଧୁ । ବିଶ୍ୱ କିମ୍ବା ଆଞ୍ଚଳିକ ରାଜନୀତିରେ ଯେତେ ପରିବର୍ତ୍ତନ ଆସିଲେ ମଧ୍ୟ ଏହା ଅତୁଟ ରହିବ । ଅନ୍ୟପକ୍ଷରେ ସି କହିଛନ୍ତି ଯେ ଚୀନ କାଶ୍ମୀର ପରିସ୍ଥିତି ଉପରେ ନଜର ରଖିଛି । ପାକିସ୍ତାନର ସ୍ୱାର୍ଥ ରକ୍ଷା ଲାଗି ଉଦ୍ୟମ କରାଯିବ । ଗତ ବର୍ଷ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ଇମ୍ରାନଙ୍କ ୩ୟ ଚୀନ ଗସ୍ତ ।

ସମ୍ବନ୍ଧିତ ଖବର