ଚୀନ୍‌ର ଅସ୍ୱୀକାର: ସାମରିକ ଘାଟି ପ୍ରତିଷ୍ଠା କରିନାହୁଁ

ବେଜିଂ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଜିଓ୍ଵାନିରେ ଚୀନ୍‌ ଏହାର ସାମରିକ ଘାଟି ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରୁଛି ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହାକୁ ଆଜି ଚୀନ୍‌ ଖଣ୍ଡନ କରିଛି। ଗ୍ଵାଦର ବନ୍ଦର ନିକଟରେ ପାକିସ୍ତାନର ଜିଓ୍ଵାନିରେ ଚୀନ୍‌ ସାମରିକ ଘାଟି ନିର୍ମାଣ କରିବା ଯୋଜନା କରୁଥିବା ଏବଂ ପାକିସ୍ତାନ ମଧ୍ୟ ଚୀନ୍‌କୁ ଏହି ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛି ବୋଲି ଓ୍ଵାସିଂଟନ୍‌ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲ। ଆଜି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍‌ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ପାକିସ୍ତାନରେ କେବଳ ସିପିଇସି ସଂପର୍କିତ ନିର୍ମାଣ ଚାଲିଛି ଏବଂ ସାମରିକ ଘାଟି ସ୍ଥାପନ ନେଇ କୌଣସି ଯୋଜନା ନାହିଁ। ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ପାକିସ୍ତାନ-ଚୀନ୍‌ ସମ୍ପର୍କ ଅଧିକ ନିବିଡ଼ ହେବାରେ ଲାଗିଛି। ପାକିସ୍ତାନ ଚୀନ୍‌କୁ ସାମରିକ ଘାଟି ନିର୍ମାଣ ପାଇଁ ସବୁ ସହାୟତା ଦେବାକୁ ପ୍ରସ୍ତୁତ ରହିଥିବା ନେଇ କୂଟନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର