ଆମେରିକା ଜବାବରେ ଚୀନ-ଋଷିଆ ବି ଆରମ୍ଭ କଲେ କ୍ଷେପଣାସ୍ତ୍ର ବିଧ୍ୱଂସୀ ସମରାଭ୍ୟାସ

ନୂଆ ଶୀତଳଯୁଦ୍ଧର ଆରମ୍ଭ ?

ମସ୍କୋ: ଉତ୍ତର-କୋରିଆକୁ ଆଳ କରି ବିଶ୍ୱରେ ଏକ ବଡ଼ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଶୀତଳ ଯୁଦ୍ଧର ଗୋଟିଏ ପଟେ ରହିଛନ୍ତି ଆମେରିକା ଓ ତାହାର ସହଯୋଗୀ ଦେଶ ଦକ୍ଷିଣ କୋରିଆ ଓ ଜାପାନ । ଅପରପକ୍ଷରେ ରହିଛନ୍ତି ଉତ୍ତର-କୋରିଆକୁ ଭିତିରିଆ ସମର୍ଥନ କରୁଥିବା ଦେଶ ଚୀନ ଓ ଋଷିଆ ।

ଆମେରିକା ଓ ତାହାର ମିତ୍ର ଦେଶ ଦକ୍ଷିଣ କୋରିଆ ଓ ଜାପାନ ପକ୍ଷରୁ ଗତ ସୋମବାରଠାରୁ ଆରମ୍ଭ ହେଇଥିବା ବାଲିଷ୍ଟିକ୍‌ ମିସାଇଲ ଟ୍ରାକିଂ ଡ୍ରିଲ୍‌ର ଜବାବରେ ସମାନ ପ୍ରକାରର ଏକ ଆଣ୍ଟି-ବାଲିଷ୍ଟିକ ମିସାଇଲ ସମରାଭ୍ୟାସ ଆରମ୍ଭ କରିଛନ୍ତି ଋଷିଆ ଓ ଚୀନ । ଏହି ସମରାଭ୍ୟାସ ମାଧ୍ୟମରେ ଶତ୍ରୁପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ରକୁ କିଭଳି ଧ୍ୱଂସ କରାଯାଇପାରିବ ସେ ନେଇ ପରୀକ୍ଷା କରାଯାଉଛି । ଉଭୟ ଦେଶ ମଧ୍ୟରେ ଏହା ହେଉଛି ଏ ଧରଣର ୨ୟ ସମରାଭ୍ୟାସ । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଉଭୟ ପକ୍ଷରୁ ସାମରିକ ବାହିନୀ ଯୋଗ ଦେଇଛନ୍ତି ।

ଉଭୟ ଚୀନ ଓ ଋଷିଆ ଦକ୍ଷିଣ କୋରିଆରେ ମୃତୟନ ହୋଇଥିବା ଆମେରିକାର ଆଣ୍ଟି ବାଲିଷ୍ଟିକ ସିଷ୍ଟମ ଥାଡ୍‌କୁ ପ୍ରବଳ ବିରୋଧ କରାଯାଉଛି । ଏହା ସତ୍ତ୍ୱେ ଗତ ଆମେରିକା ଏହାକୁ ମୃତୟନ କରିଥିଲା । ଏହି ବ୍ୟବସ୍ଥା ଶତ୍ରୁ ପକ୍ଷରୁ ଆସୁଥିବା ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବ । ତେବେ ଚୀନ ଓ ଋଷିଆ ଏହାକୁ ବିରୋଧ କରିବାର କାରଣ ରହିଛି । କାରଣ ହେଉଛି ଏଥିରେ ଲାଗିଥିବା ଉଚ୍ଚ କ୍ଷମତା ସଂପନ୍ନ ରାଡାର୍‌ ଋଷିଆ ଓ ଚୀନର ଆଭ୍ୟନ୍ତରୀଣ ଅଞ୍ଚଳ ଉପରେ ନଜର ପକାଇପାରିବ ।

ତେବେ ଥାଡ୍‌ ମୃତୟନକୁ ନେଇ ଆମେରିକା ମଧ୍ୟ ନିଜର ଯୁକ୍ତି ଉପସ୍ଥାପନ କରୁଛି । ବାରମ୍ବାର ଚେତାବନୀ ଓ ଅନ୍ତର୍ଜାତୀୟ ଚାପକୁ ଭୂକ୍ଷେପ ନକରି ଉତ୍ତର କୋରିଆ ବାରମ୍ବାର ଜାପାନ ଓ ଦକ୍ଷିଣ କୋରିଆ ଉପର ଦେଇ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବା ବେଳେ ମଝିରେ ମଝିରେ ଆଣବିକ ପରୀକ୍ଷଣ ମଧ୍ୟ କରୁଛି । ଏ ପ୍ରରିପ୍ରେକ୍ଷୀରେ ଥାଡ୍‌ ମୃତୟନ ଜରୁରୀ ହୋଇପଡିଥିଲା ବୋଲି ଆମେରିକା କହୁଛି ।

ସମ୍ବନ୍ଧିତ ଖବର