ଭାରତରେ ତୈଳ ଦର ବୃଦ୍ଧି ହେଉଥିବା ବେଳେ ଏହି ଦେଶରେ ବଢ଼ୁଛି କନ୍ୟାର ଦର, ୨୭ଲକ୍ଷରେ ପହଞ୍ଚିଲାଣି କନ୍ୟାର ଦାମ

ବେଜିଂ: କିଛି ମାସ ହେବ ଭାରତରେ ତୈଳ ଦର ବୃଦ୍ଧିକୁ ନେଇ ଅନେକ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଏହା ଥମିବାର ନାଁ ନେଉ ନାହିଁ । ପ୍ରତିଦିନ ତୈଳ ଦର ବଢ଼ୁଥିବା ବେଳେ ଏବେ ବିବାହରେ ଲୋକମାନେ ଉପହାର ଆକାରରେ ପେଟ୍ରୋଲ ଏବଂ ଡ଼ିଜେଲ ଦେଉଥିବାର ଦେଖାଯାଇଛି । ହେଲେ, ଭାରତରେ ବିବାହକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସମସ୍ୟା ଦେଖାଯାଇ ନାହିଁ । ଯାହା ପଡ଼ୋଶୀ ରାଷ୍ଟ୍ର ଚୀନ୍‌ରେ ଦେଖିବାକୁ ମିଳିଛି । ଚୀନ୍‌ରେ ଥିବା ଏକ ଗ୍ରାମରେ କନ୍ୟାର ବଢ଼ୁଥିବା ଦରକୁ ନେଇ ଚିନ୍ତିତ ହେବାରେ ଲାଗିଛନ୍ତି ସେଠାକାର ନାଗରିକ । ଧିରେ ଧିରେ କନ୍ୟାର ଦାମ ୨୭ଲକ୍ଷରେ ପହଞ୍ଚିଥିବା ବେଳେ ଆର୍ଥକ ଅବସ୍ଥା ସ୍ୱଚ୍ଛଳ ନଥିବା ଯୁବକମାନେ ଅବିବାହିତ ରହୁଥିବା ଜଣା ପଡ଼ିଛି । ଯାହା ଫଳରେ ଅବିବାହିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

oneindia.com

ସୂଚନା ମୁତାବକ, ଚୀନ୍‌ର ରାଜଧାନୀ ବେଜିଂଠାରୁ ୪ଘଣ୍ଟାର ଦୂରତ୍ୱରେ ଥିବା ଡାନ୍‌ଲ୍ୟୁ ଗ୍ରାମରେ ଏହି ସମସ୍ୟା ଦେଖାଯାଇଛି । ଏଠାରେ କନ୍ୟାର ଦର ୨୭ଲକ୍ଷ ଥିବା ବେଳେ ଏହାକୁ କମ କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକେ । ଚୀନ୍‌ରେ ମହିଳାଙ୍କ ତୁଳନାରେ ୩୦ଲକ୍ଷ ଅଧିକ ପୁରୁଷ ଥିବାରୁ କନ୍ୟାର ଅଭାବ ଦେଖାଯାଇଛି । ଯାହା ପାଇଁ ଏଭଳି ପରିସ୍ଥିତି ଉପୁଜିଛି । ଏହା ସହ ଚୀନ୍‌ରେ ୧୯୭୯-୨୦୧୫ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ଓ୍ଵାନ୍‌ ଚାଇଲ୍‌ଡ଼୍‍ ପଲିସି ଏଥି ପାଇଁ ଦାୟୀ ବୋଲି ଲୋକେ ଅଭିଯୋଗ କରୁଥିବା ବେଳେ ୨୦୧୫ ପରଠାରୁ ଏହାକୁ ହଟାଇ ଦିଆ ଯାଇଥିଲା । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ଯାଇଥିବାରୁ ଚୀନ୍‌ରେ କନ୍ୟା ଅଭାବର ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର