ଜାତିସଂଘରେ ପାକିସ୍ତାନକୁ ଅପମାନ ଦେଲା ଦୁଃଖସୁଖର ବନ୍ଧୁ ଚୀନ୍‌

ବେଜିଙ୍ଗ୍‌: ଭାରତକୁ ବଦନାମ କରିବା ପାଇଁ କଶ୍ମୀର ମାମଲାକୁ ଆନ୍ତର୍ଜାତୀୟ କରିବା ପାଇଁ ପାକିସ୍ତାନ ଚଳାଇଥିବା ଉଦ୍ୟମରେ ସାମିଲ ହେବାକୁ ଚୀନ୍‌ ଶୁକ୍ରବାର ଦିନ ମନା କରିଦେଇଛି। ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି: କଶ୍ମୀର ମାମଲା କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୀମାଂଶା ହେବା କଥା।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍‌ ଗଣମାଧ୍ୟମକୁ କହିଛନ୍ତି: କଶ୍ମୀର ମାମଲାରେ ଚୀନ୍‌ର ସ୍ଥିତି ପରିଷ୍କାର। କଶ୍ମୀର ମାମଲା ହେଉଛି ଇତିହାସରୁ ବଳିପଡ଼ିଥିବା ଏକ ମାମଲା। ସେ ମାମଲାକୁ କଥାବାର୍ତ୍ତା ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମୀମାଂଶା କରିବା ଉଚିତ।

ମେ ମାସରେ ଭାରତସ୍ଥିତ ଚୀନ୍‌ର ରାଷ୍ଟ୍ରଦୂତ କହିଥିଲେ: ଭାରତ ଏବଂ ପାକିସ୍ତାନ ବିବାଦରେ ପଶିବା ଚୀନ୍‌ର ଉଦ୍ଦେଶ୍ୟ ନୁହେଁ। କଶ୍ମୀର ପାଇଁ ଜଣେ ସ୍ୱତନ୍ତ୍ର ଦୂତ ନିଯୁକ୍ତ କରିବାକୁ ଗୁରୁବାର ଦିନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଅବ୍ଦାସି ଜାତିସଂଘ ସାଧାରଣ ବୈଠକକୁ କହିଥିଲେ।

ସମ୍ବନ୍ଧିତ ଖବର