ଆକାଶରେ ଏକ  କୃତ୍ରିମ ଜହ୍ନ  ତିଆରି କରୁଛି ଚୀନ,  ରାତିକୁ ଆଲୋକିତ କରିବ

ବେଜିଂ :  ଚୀନ ଏକ ଅଦ୍ଭୁତ କାମ କରିବାକୁ ଯାଉଛି । ଆସନ୍ତା ୨୦୨୨ ସୁଦ୍ଧା ମହାକାଶକୁ ଏକ କୃତ୍ରିମ ଚନ୍ଦ୍ର ପଠାଇବାକୁ ଯୋଜନା କରୁଛି । ଆମର ପରିଚିତ ଜହ୍ନ ପର ଏହା ରାତିରେ  ବିଭିନ୍ନ ଓ ସହରକୁ ଆଲୋକିତ କରିବ । ସୂର୍ଯ୍ୟର ରଶ୍ମୀକୁ ପ୍ରତିଫଳିତ କରି ଏହା ପୃଥିବୀକୁ ପଠାଇବ ଓ ଆଲୋକିତ କରିବ । ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ପ୍ରାକୃତିକ ଚନ୍ଦ୍ରଠାରୁ ୮ ଗୁଣ ଅଧିକ ଉଜ୍ଜଳ ଆଲୋକ ଦେବ । ଏହି ଯୋଜନା ସଫଳ ହେଲେ ଚୀନକୁ ଆଉ ରାସ୍ତାଘାଟରେ ଆଲୋକ ଲଗାଇବାକୁ ପଡିବ ନାହିଁ । ୨୦୨୨ରେ  ଏହାକୁ  ଚୀନର ସିଚୁଆଙ୍ଗଠାରେ ଥିବା ଜିଚାଙ୍ଗ ମହାକାଶ କେନ୍ଦ୍ରରୁ ମହାକାଶକୁ ପଠାଯିବ । ଏହି  ପ୍ରଥମ ଉତକ୍ଷେପଣଟି ସଫଳହେଲେ ଚୀନ ଆଉ ୩ଟି କୃତ୍ରିମ ଚନ୍ଦ୍ର ମହାକାଶକୁ ପଠାଇବ । ଏହା ଫଳରେ ଚୀନ ବିଜୁଳି ଶକ୍ତି ସଂଚୟ କରିପାରିବ ।  ଏକ ଅଟକଳ ଅନୁସାରେ ଚୀନ ଏହା ଫଳରେ ବର୍ଷକୁ ୧୭୦ ନିୟୁତ ଡଲାର ମୂଲ୍ୟର ବିଜୁଳି ଶକ୍ତି ସଂଚୟ କରିପାରିବ ।

ସମ୍ବନ୍ଧିତ ଖବର