ଚୀନ୍‌ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ- ‘ଜି ଜିନପିଙ୍ଗ ବିଚାରଧାରା’

ନୂଆଦିଲ୍ଲୀ : ଚୀନ୍‌ ୟୁନିଭର୍ସିଟିର ବିଦ୍ୟାର୍ଥୀମାନେ ଏଣିକି ‘ ଜି ଜିନପିଙ୍ଗ୍‌ ବିଚାରଧାରା’ ଉପରେ ଅଧ୍ୟୟନ କରିବେ। ଚୀନ୍‌ର ସବୁ ୟୁନିଭର୍ସିଟି ଗୁଡ଼ିକରେ ଏଣିକି ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିଚାରଧାରା ଉପରେ ଅଧ୍ୟୟନ ଓ ଗବେଷଣା କରାଯିବ। ଚୀନ୍‌ର ଏହି ମହାନ ନେତାଙ୍କ ଉତ୍କୃଷ୍ଟ ଦର୍ଶନକୁ ସବୁ ବିଦ୍ୟାର୍ଥୀଙ୍କ ହୃଦ୍‌ ଏବଂ ମସ୍ତିଷ୍କରେ ସଠିକ୍‌ ସ୍ଥାନ ଦେବାଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚୀନ କମ୍ୟୁନିଷ୍ଟ ପାର୍ଟି ସମ୍ବିଧାନରେ ସ୍ଥାନ ପାଇଥିବା ଜିନପିଙ୍ଗ୍‌ଙ୍କ ବିଚାରଧାରା ଅଧ୍ୟୟନ ପାଇଁ ପାଖାପାଖି ୨୦ ୟୁନିଭର୍ସିଟି ଗୁଡ଼ିକ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା କରିସାରିଛନ୍ତି। ସମାଜବାଦ ସହ ଚୀନ ବୈଶିଷ୍ଠ୍ୟ ଉପରେ ଜିନପିଙ୍ଗଙ୍କ ବିଚାରଧାରା ଏକ ନୂଆ ଯୁଗ ଏବଂ ନୂଆ ପିଢି ପାଇଁ ମନ୍ତ୍ର ସଦୃଶ ହେବ। ଦୈନନ୍ଦିନ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ଜିନପିଙ୍ଗଙ୍କ ବିଚାରଧାରାର ପ୍ରତିଫଳନ ହେବ। ତେବେ ବ୍ୟବସାୟ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକରେ ଏକ ନୂଆ ଯୁଗର ଆରମ୍ଭ ନେଇ ଚୀନ୍‌ ବୈଶିଷ୍ଠ୍ୟ ସହ ସମାଜବାଦ ଉପରେ ଜିନପିଙ୍ଗଙ୍କ ବିଚାରଧାରା ଉପରେ ଶିକ୍ଷାଦେବାପାଇଁ ଅନେକ ପ୍ରଫେସର ଏବଂ ବିଶେଷଜ୍ଞଙ୍କୁ ଏକାଠି କରାଯାଇଥିବା ହୁନାନ୍‌ ନର୍ମାଲ ୟୁନିଭର୍ସିଟି ମୁଖ୍ୟ ଜିଆଙ୍ଗ ହୋଙ୍ଗଜିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର