ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ : ରାଜନ

କୋଚି: ବିଶ୍ୱର ଦୁଇ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ସାରା ବିଶ୍ୱ ଅର୍ଥନୀତି ପାଇଁ ହିତକର ନୁହେଁ ବୋଲି ଅର୍ଥନିତିଜ୍ଞମାନେ ମତ ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ଆମେ ହାଲକାରେ ନେବା ଉଚିତ ନୁହେଁ । ସେ କହିଛନ୍ତି ଯେ ବିଶ୍ୱ ଅର୍ଥନୀତି ଏବେ ମାନ୍ଦାବସ୍ଥାକୁ ଧୀରେ ଧୀରେ ସୁଧୁରୁଥିବାବେଳେ ଆମେରିକା-ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଯୁଦ୍ଧ ଏକ ଶୁଭ ସଂକେତ ନୁହେଁ ।

ଅବଶ୍ୟ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାକୁ ବାଣିଜ୍ୟ ଯୁଦ୍ଧ କହିବାଟା ଠିକ ହେବନାହିଁ, କାରଣ ଏହା ପ୍ରକୃତ ପକ୍ଷେ ଆରମ୍ଭ ହୋଇନାହିଁ । କେବଳ ଏକ ବିବାଦ ଚାଲିଛି, ଏହାର ସମାଧାନ ହୋଇଯିବା ଆଶା କରାଯାଉଛି ।

ଆମେରିକା-ଚୀନ ମଧ୍ୟରେ ଏହି ବିବାଦ ଖବର ଆସିବା ପରେ ସାରା ବିଶ୍ୱର ଷ୍ଟକ ବଜାରର ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ପ୍ରାୟ ୩୭୫ ବିଲିୟନ ଡଲାରରେ ପହଞ୍ଚିଛି । ଆମେରିକା ଚୀନକୁ ମାତ୍ର ୧୩୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି କରୁଥିବାବେଳେ ଚୀନ ଆମେରିକାକୁ ୫୦୫ ବିଲିୟନ ଡଲାରର ରପ୍ତାନି କରିଥାଏ ।

ସମ୍ବନ୍ଧିତ ଖବର