କାହାରିକୁ ଇଞ୍ଚେ ଜାଗା ଛାଡିବୁ ନାହିଁ, ରକ୍ତାକ୍ତ ସଂଘର୍ଷ ପାଇଁ ପ୍ରସ୍ତୁତ : ଚୀନ

ବେଜିଂ: ବିଶ୍ୱରେ ଚୀନ ନିଜର ନାର୍ଯ୍ୟ ସ୍ଥାନ ନେବାକୁ ପ୍ରସ୍ତୁତ ଓ ଏହାକୁ ନେଇକି ରହିବ । ନିଜର ଅଂଚଳର ଇଞ୍ଚେ ଜାଗା କାହାରିକୁ ଛଡାଯିବ ନାହିଁ,ଏଥିପାଇଁ ରକ୍ତାକ୍ତ ସଂଘର୍ଷ କରିବାକୁ ପଛାଇବୁ ନାହିଁ ବୋଲି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି । ଚୀନର ପାର୍ଲିଆମେଣ୍ଟ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ସାଧାରଣ ଅଧିବେଶନର ଶେଷ ଦିନରେ ୩୦ ମିନିଟର ଉଦବୋଧନ ଦେଇ ସେ କହିଛନ୍ତି ଯେ ବିଶ୍ୱରେ ଏକ ମହାନ ଚୀନ ରାଷ୍ଟ୍ର ଗଠନ ପାଇଁ ଆମର ସ୍ୱପ୍ନ ରହିଆସିଛି । ଆମେ ତାହାକୁ ସାକାର କରିବାକୁ କ୍ଷମତା ରଖୁଛୁ । ନିଜ ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ଚୀନ ବଦ୍ଧପରିକର ଓ ନିଜରଇଞ୍ଚେ ଜାଗା କାହାରିକୁ ଛଡାଯିବ ନାହିଁ । ଯଦିଓ ସେ କୌଣସି ନିର୍ଦ୍ଦିଷ୍ଟ  ସୀମାବିବାଦ ସଂପର୍କରେ କିଛି କହିନାହାନ୍ତି, ଏହା ଜଣାଶୁଣା ଯେ ଚୀନକୁ ଘେରି ରହିଥିବା ପ୍ରତି ପଡ଼ୋଶୀ ଦେଶ ସହିତ ଚୀନର ସୀମା ବିବାଦ ରହିଛି । ଏସବୁ ଦେଶମାନଙ୍କ ମଧ୍ୟରେ ଭାରତ, ଭିଏତନାମ,ବ୍ରୁନେଇ, ଜାପାନ, ମାଲେସିଆ, ତାଇଓ୍ଵାନ, ଫିଲିପାଇନ୍ସ ଅନ୍ୟତମ । ଏହା ସହିତ ଦକ୍ଷିଣ ଚୀନ ସାଗରରେ ଚୀନ ନିଜର ଅଧିକାର ସାବ୍ୟସ୍ତ କରୁଛି । ଭାରତ ମହାସାଗରରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର