ଚୀନ ସ୍ଥିତାବସ୍ଥା ବଦଳାଇଲେ ଆଉ ଏକ ଡୋକଲାମ ବିବାଦ ସୃଷ୍ଟି ହେବ : ଭାରତ

ବେଜିଂ: ଭାରତ-ଚୀନ ସୀମାରେ ଚୀନ ପକ୍ଷରୁ ସ୍ଥିତାବସ୍ଥାକୁ ବଦଳେଇବା ପାଇଁ କୌଣସି ଉଦ୍ୟମ ହେଲେ ପୁଣି ଡୋକଲାମ ପରି ପରିସ୍ଥିତି ଉପୁଜିବ ବୋଲି ଭାରତ କହିଛି ।

ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବମ୍ବାଓ୍ଵାଲେ କହିଛନ୍ତି ଯେ ସୀମାରେ ସ୍ଥିତାବସ୍ଥାକୁ ବଦଳାଗଲେ ଦୁଇଦେଶ ମଧ୍ୟରେ ଆଉ ଏକ ଡୋକଲାମ ଭଳି ପରିସ୍ଥିତି ସୃଷ୍ଟି ହେବ । ତେବେ ଏଭଳି ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ଦୂର କରିବା ସବୁଠାରୁ ଉଚିତ ପନ୍ଥା ବୋଲି ସେ କହିଛନ୍ତି । ହଂକଂର ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଦୁଇଦେଶମଧ୍ୟରେ ଥିବା ଅଣଚିହ୍ନଟ ସୀମା ଯୋଗଁରୁ ସମସ୍ୟା ସୃଷ୍ଟି ହେଉଛି । ତେବେ ଚୀନ ପକ୍ଷରୁ ବିବାଦୀୟ ଡୋକଲାମ ଅଂଚଳରେ ସାମରିକ ଭିତ୍ତିଭୂମି ନିର୍ମାଣ ଚାଲିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଉକ୍ତ ସଂବେଦନଶୀଳ ଅଂଚଳରେ କୌଣସି ନିର୍ମାଣ କାମ ଚାଲୁ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଚୀନ ସେନା ପକ୍ଷରୁ ଡୋକଲାମକୁ ଘେରିବା ପାଇଁ ଭୁଟାନ-ଚୀନ-ଭାରତ ତ୍ରିକୋଣ ସୀମାରେ ଆଉ ଏକ ବିକଳ୍ପ ସ୍ଥାନରେ ରାସ୍ତା ନିର୍ମାଣ କରାଯାଉଛି ।

ସମ୍ବନ୍ଧିତ ଖବର