ଚୀନ୍‌ ସମ୍ବିଧାନରେ ଐତିହାସିକ ପରିବର୍ତ୍ତନ: ଆଜୀବନ ରାଷ୍ଟ୍ରପତି ରହିବେ ସି ଜିନ୍‌ପିଙ୍ଗ୍‌

ବେଜିଂ: ଚୀନ୍‌ ସମ୍ବିଧାନରେ ଐତିହାସିକ ପରିବର୍ତ୍ତନ ଅଣାଯାଇଛି। ଏଠାରେ ସାମ୍ବିଧାନିକ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆଇନ୍‌ରେ ମଧ୍ୟ ସଂଶୋଧନ ହୋଇଛି। କିଛି ମାସ ହେବ ଚାଲିଥିବା ଦ୍ୱନ୍ଦ ରବିବାର ଅନ୍ତ ହୋଇଛି। ଏଥି ସହିତ ସି ଜିନ୍‌ପିଙ୍ଗ୍‌ ପୁଣି ଥରେ ରାଷ୍ଟ୍ରପତି ହେବା ରାସ୍ତା ସଫା ହୋଇ ଯାଇଛି। ଜିନ୍‌ପିଙ୍ଗ୍‌ ଆଜୀବନ କାଳ ପାଇଁ ରାଷ୍ଟ୍ରପତି ରହିବେ।

ଜିନ୍‌ପିଙ୍ଗ୍‌ ରାଷ୍ଟ୍ରପତି ରହିବା ନେଇ ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଗତ ସପ୍ତାହରେ ସଂସଦରେ ପ୍ରସଙ୍ଗ ଉପସ୍ଥାପନା କରିଥିଲ। ଭୋଟିଂରେ ୨୯୬୪ ସଦସ୍ୟଙ୍କ ମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମୟ ସୀମା ବଢ଼ାଇବା ବିରୋଧରେ ଭୋଟ୍‌ ଦେଇଥିଲେ। ସେହିଭଳି ୨ଜଣ ସଦସ୍ୟ ଭୋଟ୍‌ରେ ଅଂଶଗ୍ରହଣ କରି ନଥିଲେ।

ସୂଚନାଯୋଗ୍ୟ ଗତବର୍ଷ ଅକ୍ଟୋବରରେ ଜିନ୍‌ପିଙ୍ଗ୍‌ଙ୍କ ଜଣେ ଘନିଷ୍ଠ ଓ୍ଵାଙ୍ଗ୍‌ କିସାନ୍‌ ୬୯ ବର୍ଷ ବୟସରେ ଷ୍ଟାଣ୍ଡିଙ୍ଗ୍‌ କମିଟିରୁ ଇସ୍ତଫା ଦେଇଥିଲେ। ଚୀନ୍‌ରେ ୭୦ ବର୍ଷ ବୟସ ପରେ ଜଣେ ବ୍ୟକ୍ତି ଅଧିକାରୀ ପଦରେ ରହିପାରିବେ ନାହିଁ। ଇସ୍ତଫା ଦେବା ପରେ ତାଙ୍କୁ ସଂସଦରେ ପ୍ରାର୍ଥୀ କରାଯାଇଥିଲା। ସୂତ୍ର ଅନୁସାରେ ଚୀନ୍‌ର ନେତାମାନେ ଉପରାଷ୍ଟ୍ରପତି କରିବା ଚାହୁଁଥିଲେ। ଚୀନ୍‌ରେ ପାର୍ଟି ଅଧ୍ୟକ୍ଷଙ୍କ ଭୂମିକା ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ଆହୁରି ବଡ଼ କୁହାଯାଇ ଥାଏ ଓ ଜିନ୍‌ପିଙ୍ଗ୍‌କୁ ପାର୍ଟିରେ ଖୁବ୍‌ ଶୀଘ୍ର ସ୍ଥାନ ଦିଆଯାଇଥାଏ।

ସମ୍ବନ୍ଧିତ ଖବର