ନବ ବର୍ଷରେ କର୍ମଚାରୀମାନଙ୍କୁ ବୋନସ ଦେବା ପାଇଁ ୩୧୩ କୋଟି ଟଙ୍କାର ପାହାଡ଼ ତିଆରି କଲା ଚାଇନିଜ୍‌ କମ୍ପାନୀ,ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ : କିଛି ଲୋକଙ୍କର ଦେଖାଇ ହେବାର ଅଭ୍ୟାସ ରହିଥାଏ । କୌଣସି ଦାମୀ ଜିନିଷ କିଣିବା ପରେ ଲୋକମାନେ ତାହା ବାରମ୍ବାର ଅନ୍ୟମାନଙ୍କୁ ଦେଖାଇ ହୋଇ କହିଥାନ୍ତି । ସମସ୍ତଙ୍କଠାରୁ ନିଜକୁ ଉଚ୍ଚରେ ରଖିବା ପାଇଁ କିଛି ଲୋକ ଏପରି କରିଥାନ୍ତି । କିନ୍ତୁ ଚୀନ୍‌ରେ ଏକ କମ୍ପାନୀ ସେଭଳି କିଛି କରିଥିବା ଦେଖା ଯାଇଛି । ନିଜ କର୍ମଚାରୀମାନଙ୍କୁ ବୋନସ ଆକାରରେ ଦେବାକୁ ଥିବା ୩୧୩କୋଟି ଟଙ୍କାର ପାହାଡ଼ ତିଆରି କରିଛି ଜିହାଙ୍ଗଏକ୍ସଆଇ ଅଞ୍ଚଳରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟ । ଆଗକୁ ଚୀନ୍‌ର ନବବର୍ଷ ଆସୁଥିବାରୁ କର୍ମଚାରୀମାନଙ୍କୁ ବୋନସ ଦେବାର ଯୋଜନା ରହିଛି ।

indiatimes.com

ଚଳିତ ବର୍ଷ ୩୧୩କୋଟି ଟଙ୍କାର ବୋନସ ଦିଆଯିବାର ବ୍ୟବସ୍ଥା ରହିଥିବା ବେଳେ କମ୍ପାନୀ ସେହି ଟଙ୍କାକୁ ନେଇ ପାହାଡ଼ ତିଆରି କରିଛି । ପାହାଡ଼ ତିଆରି କରାଯାଇଥିବା ଟଙ୍କାକୁ ୫ହଜାର କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯିବ । ପ୍ରତି କର୍ମଚାରୀକୁ ୬୨ଲକ୍ଷଟଙ୍କା ବୋନସ ଆକାରରେ ଦିଆଯିବ ବୋଲି ଜଣାପଡ଼ିଛି । ଏତେ ଟଙ୍କାର ବୋନସ ପାଇବା ପରେ ମୁଁ ଏହାକୁ କିପରି ଖର୍ଚ୍ଚ କରିବି ବୋଲି କହିଛନ୍ତି କମ୍ପାନୀର ଜଣେ କର୍ମଚାରୀ । କର୍ମଚାରୀମାନଙ୍କୁ ଏତେ ଟଙ୍କାର ବୋନସ ଦିଆଯାଉଛି, ତାହା ଦେଖାଇବା ପାଇଁ କମ୍ପାନୀ ଏପରି ଅଦ୍ଭୁତ କାମ କରିଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର