ଶେଷରେ ଚୀନାମାନେ ଆସି ପହଞ୍ଚିଲେ: ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଶେଷରେ ଚୀନାମାନେ ଆସି ପହଞ୍ଚିଲେ ବୋଲି କହିଛନ୍ତି ଦେଶର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌। ବିବେକାନନ୍ଦ ଆନ୍ତର୍ଜାତୀୟ ଫାଉଣ୍ଡେସନ୍‌ ପକ୍ଷରୁ ମଙ୍ଗଳବାର ଦିନ ଅୟୋଜିତ ‘ମୁଣ୍ଡ ଟେକୁଥିବା ସୁରକ୍ଷା ପରିବେଶ ଏବଂ ଭାରତୀୟ ସେନାର ଭୂମିକା’ ଶୀର୍ଷକରେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେବା ଅବସରରେ ଏକଥା କହିଛନ୍ତି ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌। ଏଥିସହ ଚୀନ୍‌ ତାହାର ସାମରିକ ବଳ ସହ ଅର୍ଥନୈତିକ ବଳର ଅଭିବୃଦ୍ଧିକୁ ମଧ୍ୟ ନିଶ୍ଚିତ କରିଛି ବୋଲି ଏହି ଅବସରରେ କହିଛନ୍ତି ଜେନେରାଲ ରାଓ୍ଵତ୍‌।

‘ସାମରିକ ବଳର ବୃଦ୍ଧି ସହ ତାଳ ଦେଇ ସମାନ ଭାବେ ଅର୍ଥନୈତିକ ବଳ ବୃଦ୍ଧିର ମଧ୍ୟ ଆବଶ୍ୟକତା ରହିଛି। ଏହି ସତ୍ୟକୁ ଭୁଲି ନାହାନ୍ତି ଚୀନାମାନେ। ସେଥିପାଇଁ ସେମାନେ ଆନ୍ତର୍ଜାତିକ ସ୍ତରରେ ଦୃଢ଼ ଭାବେ ଠିଆହେବା ସହ ଆଜି ବିଶ୍ୱର ସର୍ବ ଶକ୍ତିମାନ ବୋଲାଉଥିବା ଆମେରିକା ପାଇଁ ଏକ ଆହ୍ଵାନ ସାଜିଛନ୍ତି’ ବୋଲି କହିଛନ୍ତି ଜେନେରାଲ ରାଓ୍ଵତ୍‌। ଏଥିସହ ବିଶ୍ୱର ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଭାରତ ଆଡ଼କୁ ଚାହିଁଛନ୍ତି ଦେଖିବା ପାଇଁ ଭାରତ ଚୀନ୍‌ର ସମକକ୍ଷ ହୋଇପାରୁଛି ନା ନାହିଁ।
ଦେଶର ପ୍ରତିରକ୍ଷା ବଜେଟ ଉପରେ ମତବ୍ୟକ୍ତ କରିବାକୁ ଯାଇ ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌ କହିଛନ୍ତି ଯେ ଦେଶର ପ୍ରତିରକ୍ଷା ବଜେଟ ଦେଶ ଉପରେ ଏକ ବୋଝ ବୋଲି ଯାହା କୁହାଯାଉଛି, ତାହା ଏକ ଅର୍ଦ୍ଧସତ୍ୟ।

ସମ୍ବନ୍ଧିତ ଖବର