ମାନସିକ ରୋଗର ନୂତନ ଚିକିତ୍ସା ପ୍ରୟୋଗ ଲାଗି ୫ଟି ଜିନ୍‌ ସଂଶୋଧିତ ମାଙ୍କଡ଼ କ୍ଲୋନ୍‌ କଲେ ଚୀନ୍‌ ବୈଜ୍ଞାନିକ

ବେଜିଙ୍ଗ୍‌: ଗୁଣସୂତ୍ର ବା ଜିନ୍‌ ସଂଶୋଧନ କରାଯାଇଥିବା ଏକ ପାଞ୍ଚଜଣିଆ ମାକାକ୍‌ ପ୍ରଜାତିର ମାଙ୍କଡ଼ଙ୍କ ଚର୍ମକୋଷରୁ ଚୀନ୍‌ର ବୈଜ୍ଞାନିକମାନେ କ୍ଲୋନ୍‌ ବା କଲମି କରିଛନ୍ତି। ଏହ ମଣିଷର ମାନସିକ ରୋଗ ବୁଝିବାରେ ସହାୟକ ହେବ ବୋଲି ସେମାନେ କହିଛନ୍ତି।

କ୍ଲୋନ୍‌ ଦ୍ୱାରା ଜନ୍ମ ହୋଇଥିବା ଏହି ମାଙ୍କଡ଼ମାନଙ୍କର ଏକ ପ୍ରକାର ଡିଏନ୍‌ଏ ପରିବର୍ତ୍ତନ କରାଯାଇଥିବାରୁ ଏହା ବ୍ୟାକୁଳତା, ଅବସାଦ ଏବଂ ମୁଣ୍ଡଦୋଷ ଆଦି ମାନବିକ ରୋଗ ଲକ୍ଷଣ ସେହି ମାଙ୍କଡ଼ମାନଙ୍କ ଠାରେ ଅଧ୍ୟୟନ କରିହେବ।

ଗତବର୍ଷ ଦୁଇ ପ୍ରଥମ କ୍ଲୋନ୍‌ ମାଙ୍କଡ଼ ‘ଝୋଙ୍ଗ୍‌ ଝୋଙ୍ଗ୍‌’ ଏବଂ ‘ହୁଆ ହୁଆ’ଙ୍କୁ ଯେଉଁ କୌଶଳରେ ସୃଷ୍ଟି କରାଯାଇଥିଲା ଚୀନ୍‌ର ଏକ ପରୀକ୍ଷାଗାରରେ ଏଇ ପାଞ୍ଚ ମାଙ୍କଡ଼ଙ୍କୁ ଠିକ୍‌ ସେହି ପଦ୍ଧତିରେ ସୃଷ୍ଟି କରାଯାଇଛି। ଏମାନଙ୍କ ଠାରେ ଏକ ପ୍ରକାରଣ ଗୁଣସୂତ୍ର ଏବଂ ଲକ୍ଷଣ ରଖାଯାଇଥିବାରୁ ଗବେଷକମାନଙ୍କର ଆଶା କି, ସେମାନେ ମୁଣ୍ଡଦୋଷ ଠାରୁ ଆରମ୍ଭ କରି କର୍କଟ ଆଦି ରୋଗ ଲାଗି ନୂତନ ଚିକିତ୍ସାର ପରୀକ୍ଷା କରି ପାରିବେ।

ଶରୀରର ‘ସର୍କାଡିଆନ୍‌ ରିଦିମ୍‌’କୁ ପ୍ରଭାବିତ କରୁଥିବା ‘ବିଏମ୍‌ଏଏଲ୍‌-ଓ୍ଵାନ୍‌’ ନାମକ ଜିନ୍‌ ବା ଗୁଣସୂତ୍ରକୁ ଏଥିରେ ବୈଜ୍ଞାନିକମାନେ ବାହାର କରି ଦେଇଛନ୍ତି।

ସମ୍ବନ୍ଧିତ ଖବର