ନିୟନ୍ତ୍ରଣ ରେଖା ଟପି ଅରୁଣାଚଳରେ ପଶିଲେ ଚୀନ୍‌ ସୈନିକ; ଭାରତୀୟ ସେନା ହସ୍ତକ୍ଷେପ ପରେ ଫେରିଲେ

ନୂଆଦିଲ୍ଲୀ: ଅରୁଣାଚଳ ସେକ୍ଟର୍‌ ଠାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଚୀନ୍‌ ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖା ଟପି ଥିଲେବୋଲି ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ।

ଭାରତ ପଟକୁ ଚାଲି ଆସିଛନ୍ତି ବୋଲି ଭାରତୀୟ ସେନା ଜଣାଇବା ପରେ ସେମାନେ ଫେରିଯାଇଥିଲେ।

ଘଟନାଟି ୧୦ ଦିନ ତଳେ ଘଟିଥିଲା ବୋଲି ଏକ ସମ୍ବାଦ ସରବରାହ ସଂସ୍ଥା କହିଛି। ପ୍ରୋଟୋକଲ୍‌ ଅନୁସାରେ ଉଭୟ ସେନା ଏ ଭଳି ସମସ୍ୟାର ସମାଧାନ କରୁଛନ୍ତି।

ଗତ ବର୍ଷ ଡିସେମ୍ବର ଶେଷ ଆଡ଼କୁ ଚୀନ୍‌ ସେନାବାହିନୀର ରାସ୍ତା ତିଆରି ମେସିନ ସବୁ ମଧ୍ୟ ଅରୁଣାଚଳ ପ୍ରଦେଶ ଠାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୨୦୦ ମିଟର ପଶି ଆସିଥିଲା। ଭାରତୀୟ ସେନା ସେ ସବୁକୁ ଅଟକାଇବା ପୂର୍ବରୁ ସେମାନେ ଉପର ସିଆଙ୍ଗ୍‌ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ନିକଟରେ ପହଞ୍ଚି ଯାଇଥିଲେ ବୋଲି ସେଠାକାର ସ୍ଥାନୀୟ ଲୋକେ କହିଥିଲେ।

ସିଆଙ୍ଗ୍‌ ନଦୀର ପୂର୍ବତଟରେ ତୁତିଙ୍ଗ୍‌ ସବ୍‌ଡିଭିଜନ୍‌ ଅନ୍ତର୍ଗତ ବାଇସିଙ୍ଗ୍‌ ଗାଁ’ରେ ଚୀନ୍‌ ସୈନିକମାନଙ୍କୁ ଭାରତୀୟ ନିରାପତ୍ତା କର୍ମଚାରୀମାନେ ଅଟକାଇଥିଲେ।

ସମ୍ବନ୍ଧିତ ଖବର