ଚୀନ୍‌ ମହିଳାଙ୍କ କାନକୁ ଶୁଭୁନି ପୁରୁଷଙ୍କ ସ୍ୱର!

ବେଜିଙ୍ଗ୍‌: ଚୀନ୍‌ର ଜଣେ ମହିଳାଙ୍କ କାନକୁ ପୁରୁଷଙ୍କ କଣ୍ଠସ୍ୱର ଆଦୌ ଶୁଭୁନାହିଁ। କେବଳ ଉଚ୍ଚସ୍ୱରରେ କଥା କହୁଥିବା ମହିଳାଙ୍କ କଣ୍ଠସ୍ୱର ଶୁଭୁଛି।
ଜିଆମେନ୍‌ ସହରର ଚେନ୍‌ ନାମ୍ନା ଉକ୍ତ ମହିଳା ଡାକ୍ତରମାନଙ୍କୁ କହିଛନ୍ତି ଯେ ଦିନେ ସେ ନିଦରୁ ଉଠି ଜାଣିଲେ ତାଙ୍କୁ ନିଜ ପ୍ରେମିକଙ୍କ ସମେତ ଅନ୍ୟ କୌଣସି ପୁରୁଷଙ୍କ କଣ୍ଠସ୍ୱର ଶୁଭୁନାହିଁ।

ପରୀକ୍ଷା ପରେ ଜଣାଗଲା ଚେନ୍‌ ରିଭର୍ସ-ସ୍ଲୋପ୍‌ ହିଅରିଙ୍ଗ୍‌ ଲସ୍‌ରେ ଆକ୍ରାନ୍ତ ହୋଇଥିବାରୁ କେବଳ ହାଇ ଫ୍ରିକ୍ୱେନ୍‌ସି ଶବ୍ଦ ଶୁଣିପାରୁଛନ୍ତି। ୧୩, ୦୦୦ ରୋଗୀଙ୍କ ମଧ୍ୟରୁ ଜଣକ ଠାରେ ଏ ଭଳି ବିଚିତ୍ର ସମସ୍ୟା ଦେଖାଯାଏ। ଡାକ୍ତରମାନେ କହନ୍ତି, ଷ୍ଟ୍ରେସ୍‌ ଯୋଗୁଁ ଚେନ୍‌ଙ୍କର ଏ ଭଳି ପରିସ୍ଥିତି ଉପୁଜି ଥାଇ ପାରେ।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରାଣୀ କହନ୍ତି ଯେ, ବିନା କୌଣସି ସମସ୍ୟାରେ ସେ ଶୁଣି ପାରୁଛନ୍ତି, କିନ୍ତୁ ଯୁବ ରୋଗୀମାନଙ୍କର କଥାବର୍ତ୍ତା ତାଙ୍କୁ ଶୁଭୁନାହିଁ।

ଅଧିକାଂଶ ଡାକ୍ତର ହାଇ-ଫ୍ରକ୍ୱେନ୍‌ସି ଲସ୍‌ ଚିକିତ୍ସା ନିମନ୍ତେ ତାଲିମ ପାଇଥିବାରୁ ରିଭର୍ସ-ସ୍ଲୋପ୍‌ ହିୟରିଙ୍ଗ୍‌ ଲସ୍‌ ଚିକିତ୍ସା କରିବା ସମ୍ଭବପର ନୁହେଁ।

ସମ୍ବନ୍ଧିତ ଖବର