ପାକିସ୍ତାନରେ ଥିବା ଚୀନ ନାଗରିକ ସାବଧାନ! କୌଣସି ମୁହୂର୍ତ୍ତରେ ହୋଇପାରେ ଆତଙ୍କବାଦୀ ହାମ୍‌ଲା

ସତର୍କ ସୂଚନା ଜାରି କଲା ପାକିସ୍ତାନରେ ଥିବା ଚୀନ୍‌ ଦୂତାବାସ

ବେଜିଂ: ସଂପ୍ରତି ପାକିସ୍ତାନରେ ଅବସ୍ଥାନ କରୁଥିବା ଚୀନ୍‌ ନାଗରିକମାନଙ୍କ ଉପରେ ପାକିସ୍ତାନ ଆତଙ୍କବାଦୀମାନେ ସରିଜ୍‌ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଜାଣିବା ପରେ ଚୀନ୍‌ ତା’ର ନାଗରିକମାନଙ୍କୁ ଏଥିପାଇଁ ସଜାଗ ରହିବାକୁ ଶୁକ୍ରବାର ସତର୍କ ସୂଚନା ଜାରି କରିଛି।

ଉଲ୍ଲେଖଯୋଗ୍ୟ, ଭିତ୍ତିଭୂମି ବିକାଶ ସହ ପାକିସ୍ତାନ ମଧ୍ୟ ଦେଇ ଚୀନ୍‌କୁ ସଡ଼କ ପଥରେ ମଧ୍ୟପ୍ରାଚ୍ୟ ଓ ୟୁରୋପ ସହ ଯୋଡ଼ିବା ଲକ୍ଷ୍ୟରେ ଚୀନ୍‌ ରାଷ୍ଟ୍ରପତି ଜିଙ୍ଗ୍‌ପେଙ୍ଗ୍‌ ‘ବେଲ୍ଟ ଆଣ୍ଡ ରୋଡ୍‌’ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିବା ସହ ଏଥିପାଇଁ ୫୭ ବିଲିୟନ ଡଲାରର ଅନୁଦାନ ମଧ୍ୟ ଘୋଷଣା କରିଥିଲେ। ଏହି ପ୍ରକଳ୍ପ କାମ ଜୋରସୋରରେ ଆଗେଇ ଚାଲିବା ସହ ଚୀନ୍‌ର ହଜାର ହଜାର ଶ୍ରମିକ ଓ ଶତାଧିକ କମ୍ପାନି ପାକିସ୍ତାନ ଯାଇ ଏହି କାର୍ଯ୍ୟରେ ମୁତୟନ ହୋଇଥିଲେ। ଚୀନ୍‌ ତା’ର ଉଦ୍ୟୋଗୀ ଓ ଶ୍ରମିକ, କର୍ମଚାରୀମାନଙ୍କୁ ସହାୟତା ଦେବା ଲକ୍ଷ୍ୟରେ ଏହି ପ୍ରକଳ୍ପକୁ ଚୀନ୍‌- ପାକିସ୍ତାନ ଅର୍ଥନୈତିକ କରିଡର ବୋଲି ମଧ୍ୟ କହୁଥିଲା। ତେବେ, ଚଳିତ ସପ୍ତାହ ଆରମ୍ଭରେ ଚୀନ୍‌ କୌଣସି କାରଣରୁ ନିଜକୁ ଏହି ପ୍ରକଳ୍ପରୁ ପ୍ରତ୍ୟାହାର କରିନେବା ସହ ଏଥିପାଇଁ ଆଉ କୌଣସି ପ୍ରକାରର ଆର୍ଥିକ ଅନୁଦାନ ଦେବ ନାହିଁ ବୋଲି ଘୋଷଣା କରିଥିଲା।

ତେବେ, ଶୁକ୍ରବାର ପାକିସ୍ତାନରେ ଥିବା ଚୀନ୍‌ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ଏକ ଘୋଷଣାନାମାରେ କୁହାଯାଇଛି, ‘ନିକଟ ଭବିଷ୍ୟ

Hong Kong Free Press

ତରେ ପାକିସ୍ତାନରେ ଥିବା ଚୀନା କମ୍ପାନି ଓ ଚୀନ୍‌ ନାଗରିକମାନଙ୍କ ଉପରେ ଆତଙ୍କବାଦୀମାନେ ସିରିଜ୍‌ ହାମ୍‌ଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।’ ଏହି ପରିପ୍ରେକ୍ଷୀରେ ସଂପ୍ରତି ପାକିସ୍ତାନରେ ରହୁଥିବା ଚୀନ୍‌ ନାଗରିକମାନେ ନିଜର ସୁରକ୍ଷା ପ୍ରତି ସଜାଗ ରହିବାକୁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାକିସ୍ତାନରେ ଥିବା ଚୀନ୍‌ ଦୂତାବାସ। ଚୀନ୍‌ ଦୂତାବାସର ଏ ପ୍ରକାର ଘୋଷଣା ପରେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଏମାମଲାରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛି ପାକିସ୍ତାନ।

ସମ୍ବନ୍ଧିତ ଖବର